କଷ୍ଟ ଦେଲା ଆମେରିକାର ଘୋଷଣା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :-  ଭାରତର ଯୁଦ୍ଧ ବିରତି ନିଷ୍ପତିକୁ ହଜମ କରିପାରୁନାହାଁନ୍ତି ଅନେକ । ସାଧାରଣ ଲୋକ ବି ସନ୍ତୁଷ୍ଟ ନୁହଁନ୍ତି । ହଁ ଜାତୀୟ ଓ ଅନ୍ତର୍ଜାତୀୟ ଚାପ ବା ଭାରତର ଯୁଦ୍ଧ ଦ୍ୱାରା ସମ୍ଭାବିତ ସ୍ଥିତିକୁ ନଜରରେ ରଖି ମୋଦି ବୋଧେ କରିଥାଇପାରନ୍ତି । କିନ୍ତୁ ପାକିସ୍ତାନ ଉପରେ ଯେ ଭରସା କରାଯାଇ ନ ପାରେ, ତାହା ଭାରତ ବାସୀ ସ୍ପଷ୍ଟ କହୁଛନ୍ତି । ସେ ୧୯୬୦ ଦଶକରୁ ୧୯୯୯ କାର୍ଗିଲ ପର୍ଯ୍ୟନ୍ତ ବାରମ୍ବାର ପାକିସ୍ତାନ ଭାରତକୁ କ୍ଷତି ପହଞ୍ଚାଇଛି । ଏଥର ସୈନ୍ୟ ଯାଉଥିଲେ ତ ଯାଇଥାନ୍ତେ, ପୁରା ପାକିସ୍ତାନକୁ ଦଖଲ କରାଯାଇଥାନ୍ତା ।

 

ଅଖଣ୍ଡ ଭାରତର ଯେଉଁ ଆଭିମୁଖ୍ୟ ତାହା କିଛି ଦୂର ଆଗକୁ ଯାଇପାରିଥାନ୍ତା । କିନ୍ତୁ ଅସ୍ତ୍ର ବିରତିକୁ ମାନିବା ପରେ, ସାଧାରଣ ଲୋକମାନନଙ୍କର ଅନେକ ପ୍ରଶ୍ନ ଉଠୁଛି । ଯେତେବେଳେ ଆମର ବାୟୁସେନା ପ୍ରସ୍ତୁତ ଥିଲା, ଜଳସେନା ଆକ୍ରମଣ କରିସାରିଥିଲା , ସ୍ଥଳସେନା ବି ଆକ୍ରମଣ କରିସାରିଥିଲେ । ସେନାଙ୍କୁ ପଛପଟରୁ ସମର୍ଥନ ଦେବା ପାଇଁ ସିଭିଲ ଡିଫେନ୍ସରେ ହଜାର ହଜାର ଯୁବ ଗୋଷ୍ଠୀ ସୈନ୍ୟ ବାହିନୀରେ କାମ କରିବା ପାଇଁ ଓଲ୍ହେଇ ପଡ଼ିଥିଲେ । ଅଦମ୍ୟ ଉତ୍ସାହ ଥିଲା ସେମାନଙ୍କ ଭିତରେ । ଦେଶ ପାଇଁ ଜୀବନ ଦେବାକୁ ପଣ କରିତଗିଲେ ଆଉ କହୁଥିଲେ ଏଥର । ପାକିସ୍ତାନରୁ ମନଚିତ୍ରରୁ ଉଡ଼େଇ ଦେବେ । ଏଭଳି ଆଭିମୁଖ୍ୟ ନେଇ ସାରା ଭାରତ ତେଜି ଉଠିଥିଲା । ଠିକ ଏହି ସମୟରେ ଆମେରିକା ଯୁଦ୍ଧବିରତୀ ଘୋଷଣା କରିବା ସମସ୍ତଙ୍କୁ ବିଚଳିତ କରିଛି ।

 

ପାକିସ୍ତାନକୁ ପୁରା ସଫା କରିଦେବା ପାଇଁ ଭାରତର ଯେଉଁ ଆଭିମୁଖ୍ୟ ଥିଲା । ସେଥିରେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଥିଲେ । ହେଲେ ହଠାତ ଯୁଦ୍ଧ ବନ୍ଦ ହେବା ବା ଅସ୍ତ୍ର ବିରତି ଘୋଷଣା ହେବାକୁ ଲୋକେ ଗ୍ରହଣ କରିପାରୁନାହାଁନ୍ତି । କାରଣ ପାକିସ୍ତାନ ସବୁବେଳେ ବିଶ୍ୱାସଘାତକତା କରିଛି । ଭାରତରେ ଥିବା ଅନେକ ପାକିସ୍ତାନୀ ବିଶ୍ୱାସଘାତକତା ପାଇଁ ସୁଯୋଗ ଦେଇଛନ୍ତି । ଭାରତ ଏବେ ଚୁପ ରହିବ ତାପରେ ଆତଙ୍କବାଦୀ ବିସ୍ପୋରଣ କରିବ ପାକିସ୍ତାନ । ଏଭଳି ବିସ୍ପୋରଣ କରୁଥିବା ଦେଶକୁ ପୁରା ବିସ୍ପୋରଣରେ ଉଡେଇଦେଲେ ହିଁ କାଳେ ଆତଙ୍କବାଦ ବନ୍ଦ ହେବ ବୋଲି ଅନେକ କହୁଛନ୍ତି । ସେ ଯାହା ହେଉ, ଲୋକଙ୍କ ମନରେ କଷ୍ଟ ହୋଇଛି ପାକିସ୍ତାନ ପ୍ରତି ଅନୁକମ୍ପା ଦେଖେଇବା । ଦେଖାଯାଉ ପାକିସ୍ତାନର ଭୁଲରେ ମୋଦି ଏଥର କି ପଦକ୍ଷେପ ନେଉଛନ୍ତି l

LEAVE A REPLY

Please enter your comment!
Please enter your name here