ବିପ୍ଲବୀ ପରିକ୍ରମା ଡିଜିଟାଲ :- ସୋମବାର ଷ୍ଟକ ମାର୍କେଟରେ ଜବରଦସ୍ତ ରାଲି ଦେଖିବାକୁ ମିଳିଛି । ୮୨ ହଜାର ପାର କରିଛି ସେନସେକ୍ସ । ଆଜି ପ୍ରାୟ ୩ ହଜାର ପଏଣ୍ଟ ବଢିଛି ସେନସେକ୍ସ ।ସେହିପରି ନିଫ୍ଟି ୯୩୦ ପଏଣ୍ଟ ବୃଦ୍ଧି ହୋଇଛି । ଭାରତ -ପାକିସ୍ତାନ ଯୁଦ୍ଧ ବିରତି ପରେ ଭାରତୀୟ ପୁଞ୍ଜି ବଜାରରେ ଏଭଳି ରାଲି ଦେଖିବାକୁ ମିଳିଛି । ଯୁଦ୍ଧବିରତି ନିବେଶକଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ଲାର୍ଜ କ୍ୟାପ, ମିଡ କ୍ୟାପ ଏବଂ ସ୍ମଲ କ୍ୟାପ ପ୍ରାୟ ସବୁ ସେକ୍ଟର ଭଲ ପ୍ରଦର୍ଶନ କରୁଛନ୍ତି । ଟପ୍ ଗେନର ସେୟାର ମଧ୍ୟରେ ଅଛନ୍ତି ଅଦାନୀ ଏଣ୍ଟରପ୍ରାଇଜେସ , ଜିଓ ଫାଇନାନ୍ସିଆଲ ଏବଂ ଅଦାନୀ ପୋର୍ଟ । ସେପଟେ ଗତ କିଛି ଦିନ ହେବ ହୁ ହୁ ହୋଇ ବଢ଼ୁଥିବା ସୁନା ଦର ହ୍ରାସ ପାଇଛି । ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୬ ହଜାର ୮୮୦ ଟଙ୍କା ରହିଛି । ଗୋଟିଏ ଦିନରେ ସୁନା ୧୦ ଗ୍ରାମକୁ ୧ ହଜାର ୮୦୦ ଟଙ୍କା ହ୍ରାସ ପାଇଛି । ସେହିପରି୨୨କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୬୫୦ଟଙ୍କା ହ୍ରାସ ପାଇ ୮୮ହଜାର ୮୦୦ଶହ ଟଙ୍କାରେ ପହଞ୍ଚିଛି । ରୁପା ରେଟ କିଲୋ ପିଛା ୧ ଲକ୍ଷ ୯ ହଜାର ଟଙ୍କା ଛୁଇଁଛି ।