ପରମାଣୁ ଧମକ ସହିବନି ଭାରତ : ପ୍ରଧାନମନ୍ତ୍ରୀ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପହଲଗାମ କାଣ୍ଡ ପରେ ଭାରତ ପ୍ରଥମେ ସିନ୍ଧୁ ଜଳ ସନ୍ଧି ରଦ୍ଦ କରିଥିଲା । ଏହାକୁ ଆକ୍ଟ ଅଫ୍‌ ୱାର୍‌ କହି ପାକିସ୍ତାନର ଏକାଧିକ ମନ୍ତ୍ରୀ ଭାରତ ନାଲି ଆଖି ଦେଖାଇ ପରମାଣୁ ଧମକ ଦେଇଥିଲେ । ଏହାପରେ ଭାରତ ଗତ ମେ ୬ ତାରିଖରେ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ପାକିସ୍ତାନରେ ଥିବା ଆତଙ୍କୀ କ୍ୟାମ୍ପ୍‌କୁ ଧ୍ୱଂସ କରିବା ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି ପାକ୍‌ ମନ୍ତ୍ରୀମାନଙ୍କ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଯେ, ନ୍ୟୁକ୍ଲିୟର ଧମକ ଭାରତ ସହିବନି । ଭାରତ ସଠିକ ଓ ନିର୍ଣ୍ଣାୟକ ପ୍ରହାର କରିବ । ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆତଙ୍କୀମାନେ ଆମ ଭଉଣୀମାନଙ୍କ ସିନ୍ଦୂର ଉଜାଡ଼ି ଦେଇଥିଲେ । ଏବେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମୃତ୍ୟୁ ମିଳିଛି । ଆତଙ୍କୀଙ୍କ ଆକା ଦୁଇ ଦଶକ ହେଲା ଏଠାରେ ଖୁଲମଖୁଲା ବୁଲୁଥିଲେ । ଗୋଟିଏ ଝଟକାରେ ସବୁ ଶେଷ କରିଦେଲେ ଭାରତୀୟ ଯବାନ । ପାକିସ୍ତାନର ଡ୍ରୋନ୍‌ ଓ ମିସାଇଲକୁ ଆକାଶରେ ନଷ୍ଟ କଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ । ପାକିସ୍ତାନର ପ୍ରସ୍ତୁତି ସୀମାରେ ଆଟାକ୍‌ କରିବାର ଥିଲା । କିନ୍ତୁ ଭାରତର ମିସାଇଲ ପାକିସ୍ତାନ ଛାତି ଉପରେ ମାଡ଼ କରିଛି । ପାକିସ୍ତାନର ଏୟାରବେସ୍‌ ନଷ୍ଟ କରିଛି ଭାରତ । କେବେ ଚିନ୍ତା କରିନଥିଲା ପାକିସ୍ତାନ । ଭାରତର ଆକ୍ରାମକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବଞ୍ଚିବା ରାସ୍ତା ଖୋଜିବାରେ ଲାଗିଥିଲା । ସାରା ବିଶ୍ୱ ଆଗରେ ନେହୁରା ହେବାରେ ଲାଗିଥିଲା । ଆଗାମୀ ଦିନରେ ପାକିସ୍ତାନ ଏଭଳି କୌଣସି ଆତଙ୍କବାଦୀ କାଣ୍ଡ ଘଟାଇଲେ ପରିଣାମ ଭୋଗିବ । ଏବେ ବି ଭାରତୀୟ ସେନା ଲଗାତାର ଆଲର୍ଟରେ ଅଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍‌ ପରେ ଅପରେସନ ସିନ୍ଦୂର ହିଁ ଭାରତର ନୀତି । ଆତଙ୍କୀ ବିରୋଧରେ ଭାରତ ଏକ ନୂଆ ଲକ୍ଷ୍ମଣ ରେଖା ଟାଣିଛି । ଆତଙ୍କୀ ହମ୍‌ଲା ହେଲେ ମୁହଁତୋଡ଼ ଜବାବ ମିଳିବ ।

LEAVE A REPLY

Please enter your comment!
Please enter your name here