ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆସୁଛି ବାତ୍ୟା । ଆସନ୍ତା ମେ ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ବାଂଲାଦେଶର ଚତୋଗ୍ରାମ ଏବଂ ଓଡିଶା ଉପକୂଳରେ ପ୍ରବଳ ପ୍ରଭାବ ପକାଇବ । ଏତଦ୍ ବ୍ୟତୀତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଡିଭିଜନରେ ମଧ୍ୟ ପ୍ରଭାବ ପକାଇପାରେ । ଏ ନେଇ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ରଙ୍ଗପୁର, ଦିନଜପୁର, ବୋଗ୍ରା, ଟାଙ୍ଗାଇଲ, ମାଇମେନସିଂହ ଏବଂ ସିଲହଟରେ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ । ତେଣୁ ଏହି ଅଞ୍ଚଳରେ ଥିବା ବନ୍ଦରଗୁଡିକୁ ସତର୍କ ସଙ୍କେତ-୧ ଜାରି କରାଯାଇଛି । ବାଂଲାଦେଶ ୱେଦର ଅବଜରଭେସନ ଟିମ୍ ର ସୂଚନା ଅନୁଯାୟୀ, ୧୬ ରୁ ୧୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଯାହା ପରେ ଧିରେ ଧିରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ।