ବିପ୍ଲବୀ ପରିକ୍ରମା ଡିଜିଟାଲ :- ଜମ୍ମୁକାଶ୍ମୀର ପୁଲୱାମାରେ ବଡ ଏନକାଉଣ୍ଟର । ତ୍ରାଲ ଜଙ୍ଗଲରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ, ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଜମ୍ମୁକାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଲୁଚି ରହିଥିବା ଗୁପ୍ତ ସୂଚନା ପାଇ ସେନା ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ୍ । ଏହାପରେ ସେନା ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଦେଖିବାକୁ ମିଳିଛି । ପହଲଗାମ୍ ଆକ୍ରମଣ ପରେ ଜମ୍ମୁକାଶ୍ମୀରରୁ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ଲାଗିପଡିଛି । ଜମ୍ମୁକାଶ୍ମୀରର ପ୍ରତିଟି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଉଛି । ରାସ୍ତାରେ ଗାଡିଗୁଡିକୁ ବି ଭଲ ଭାବରେ ଯାଞ୍ଚ କରି ଛଡାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ, ୧୦ ଉଗ୍ରବାଦୀ ନିପାତ ହେବାର ଖବର ସାମ୍ନାକୁ ଆସିଛି । ମଣିପୁର ଚନ୍ଦେଲରେ ସେନା କରିଥିଲା ବଡ ଅପରେସନ୍ । ଭାରତ-ମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ ହୋଇଛନ୍ତି । ଉଗ୍ରବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେନା ଓ ଆସାମ ରାଇଫଲ୍ସର ମିଳିତ ଅପରେସନରେ ଏହି ବଡ ସଫଳତା ମିଳିଛି ।