ଗଞ୍ଜାମରେ ମିଗଜୋମ ର ପ୍ରଭାବ

0
  • ଗଞ୍ଜାମ ( ବିପ୍ଲବୀ ପରିକ୍ରମା ) :-  ସମ୍ଭାବ୍ୟ ବାତ୍ୟା ମିଗଜମ୍ ର ପ୍ରଭାବ ଧୀରେ ଧୀରେ ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳିଛି । ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାରେ ମଧ୍ୟ ବାତ୍ୟାର ପ୍ରଭାବ ରହିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତକାଲି ଠାରୁ ପାଗ ମେଘୁଆ ରହିଛି । ଆଜି ସକାଳୁ ସାମାନ୍ୟ ଝିପଝିପ୍ ବର୍ଷା ଲାଗି ରହିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରାଯାଇଛି । ଯେଉଁ ଚାଷୀ ମାନଙ୍କ ଧାନ ଫସଲ ୮୦ ପ୍ରତିଶତ ହୋଇଛି ସେମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ନିମନ୍ତେ ନିର୍ଦ୍ଧେଶ ଦେଇଛି ଜିଲ୍ଲା ପ୍ରଶାସନ । ଏପଟେ ଆଜି ସକାଳୁ ଗୋପାଳପୁର ସମୁଦ୍ର ରେ ଦେଖିବା ମିଳିଛି ଉଚ୍ଚ ଲହଡ଼ି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତ ୧ ତାରିଖରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ମାରିବାକୁ ବାରଣ କରିଛି ଗୋପାଳପୁର ବିଜ୍ଞାପିତ ପରିଷଦ । ଯଦି ଲଗାଣ ବର୍ଷା ହୁଏ ତେବେ ତଳିଆ ଅଞ୍ଚଳ ଓ ସମୁଦ୍ର କୂଳରେ ରହୁଥିବା କଚ୍ଚା ଘରେ ରହୁଥିବା ପରିବାରକୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ନେଇ ଲକ୍ଷ ରଖିଚି ଗୋପାଳପୁର ଏନ୍.ଏ.ସି । ଆଜି ଠାରୁ ବାତ୍ୟା ପ୍ରଭାବ ଆରମ୍ଭ ହେଉଥିବାବେଳେ ଆସନ୍ତା ୩ ଦିନ ଧରି ଯେପରି ସମୁଦ୍ରକୁ ମାଛ ମାରିବାକୁ ନ ଯିବେ ସେ ନେଇ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ବୁଝାଉଛନ୍ତି ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ  l

LEAVE A REPLY

Please enter your comment!
Please enter your name here