ଆତଙ୍କୀ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ରାଜଧାନୀରେ ଖୋଲିବ NIA ଶାଖା 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ରାଜ୍ୟରେ ଆତଙ୍କୀ କାର୍ଯ୍ୟକଳାପ ଉପରେ ରହିବ କଡ଼ା ନଜର। ଏନେଇ ଭୁବନେଶ୍ୱରରେ ଖୋଲିବ NIAର ଏକ ଶାଖା । ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଆରମ୍ଭ ହୋଇଛି ସରକାରୀ ସ୍ତରରେ ବିଧିବଦ୍ଧ ପ୍ରକ୍ରିୟା ଓ ପ୍ରସ୍ତୁତି । ଯାହାର ଅଧିନରେ‌ ରାଜ୍ୟର ସମସ୍ତ ଜିଲ୍ଲା ଅଞ୍ଚଳରେ ଏହାର କର୍ଯ୍ୟକାରୀ କ୍ଷମତା ରହିବ। ସମସ୍ତ ସନ୍ଦେହଜନକ ବା ଜାତୀୟ ନିରାପତ୍ତା ସମ୍ପର୍କିତ ଗତିବିଧି ଉପରେ ରହିବ ନଜର। ଭିଏସ୍‌ଏସ୍‌ ନଗରରେ ଜାତୀୟ ତଦନ୍ତ ସଂସ୍ଥାର ଶାଖା କାର୍ଯ୍ୟ କରିବ । ଭୁବନେଶ୍ବରର ବୀର ସୁରନ୍ଦ୍ର ସାଏ ନଗର ଠାରେ ଦେଶର ସର୍ବଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏର ପୋଲିସ ଷ୍ଟେସନ ଖୋଲିବ । ଏଠାରେ ଜଣେ ଏସପି ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ ।

ତେବେ ଜାତୀୟ ତଦନ୍ତ ସଂସ୍ଥା (NIA) ହେଉଛି ଭାରତର ପ୍ରମୁଖ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା। ୨୦୦୮ ରେ ଜାତୀୟ ତଦନ୍ତ ସଂସ୍ଥା ଆଇନ ପ୍ରତିଷ୍ଠା କରାଯାଇଥିଲା । ଏହା ଆତଙ୍କବାଦ, ଜାତୀୟ ସୁରକ୍ଷା ଏବଂ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିପଦ ସହିତ ଜଡିତ ଅପରାଧଗୁଡ଼ିକର ତଦନ୍ତ ଏବଂ ମୁକାବିଲା କରିବା ପାଇଁ କାର୍ଯ୍ୟ କରିଥାଏ। ଏହା ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରେ। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଜାତୀୟ ଏବଂ ସୀମାପାର ପ୍ରଭାବ ଥିବା ଅପରାଧଗୁଡ଼ିକର ତଦନ୍ତ ଏବଂ ଦଣ୍ଡବିଧାନ କରିବା, ବିଶେଷକରି ଆତଙ୍କବାଦ, ବିଦ୍ରୋହ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା। ଏହା ଭାରତର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ଅଖଣ୍ଡତା ପ୍ରତି ବିପଦ ଥିବା ମାମଲାଗୁଡ଼ିକର ତଦନ୍ତ କରିବାକୁ କ୍ଷମତାପ୍ରାପ୍ତ। ଏନଆଇଏ ବିନା ୱାରେଣ୍ଟରେ ତଲାସି କରିବା, ଜବତ କରିବା ଏବଂ ଗିରଫ କରିବାର କ୍ଷମତା ରଖିଛି, ଏବଂ ପ୍ରମାଣ ସଂଗ୍ରହ କରିବା , ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କର ସଦସ୍ୟମାନଙ୍କର ଏକ ଡାଟାବେସ୍ ରଖିବାର କ୍ଷମତା ରଖିଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଛି । ଏନଆଇଏ ଆତଙ୍କବାଦ ସହ ଜଡିତ ଅପରାଧ ଓ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ବକୁ ପ୍ରଭାବିତ କୁଥିବା ବିଷୟ ଗୁଡିକ ଉପରେ ତଦନ୍ତ କରେ ।

LEAVE A REPLY

Please enter your comment!
Please enter your name here