ନୂଆ ୨୦ ଟଙ୍କିଆ ନୋଟ୍ ଜାରି କଲା ରିଜର୍ଭ ବ୍ୟାଙ୍କ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ଆଗାମୀ ଦିନରେ ୨୦ଟଙ୍କାର ନୂଆ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ପ୍ରଚଳିତ ହେବାକୁ ଥିବା ନୂଆ ୨୦ ଟଙ୍କିଆ ନୋଟରେ କେନ୍ଦ୍ର ସରକାରଙ୍କ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ । ଶନିବାର ଦିନ ଏହି ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ ।

 

RBIର ସୂଚନାନୁଯାୟୀ, ନୂଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ନୂଆ ସିରିଜର ରହିବ । ନୂଆ ୨୦ଟଙ୍କିଆ ନୋଟ୍ ପୁରୁଣା ନୋଟ୍ ସହିତ ସମାନ ରହିବ । କେବଳ ସେଥିରେ ଗଭର୍ଣ୍ଣରଙ୍କ ଦସ୍ତଖତ ପରିବର୍ତ୍ତନ ହେବ । ଏହା ସହିତ ଆଉ ଏକ ସୂଚନା ଦେଇଛନ୍ତି ଯେ, ପୁରୁଣା ନୋଟଗୁଡିକ ମଧ୍ୟ ଆଗ ପରି ଚାଲୁ ରହିବ । କିନ୍ତୁ ଏହି ନୂଆ ନୋଟରେ ହାଲକା ରଙ୍ଗ ପରିବର୍ତ୍ତନ ହେବା ସହିତ ଆକାରରେ ସାମାନ୍ୟ ପରିବର୍ତ୍ତନ ହେବ । ଏହା ବ୍ୟତୀତ ନୂଆ ୨୦ ଟଙ୍କିଆ ନୋଟରେ ବେଦନଗରୀ ଲିପିରେ ଲେଖାଯିବ । ମହାତ୍ମା ଗାନ୍ଧୀଙ୍କ ଫଟୋ ପାଖରେ ହିନ୍ଦୀରେ ଭାରତ ବୋଲି ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଥିବ । ମହାତ୍ମା ଗାନ୍ଧୀଙ୍କ ୱାଟର ମାର୍କ ପାଖରେ ଗଭର୍ଣ୍ଣରଙ୍କ ସିଗନେଚର ମଧ୍ୟ ରହିବ । ଏହା ସହିତ ଏଥିରେ ଏକ ଗୁମ୍ଫାର ଫଟୋ ରହିବ । ଏହି ଉପାୟ ମାଧ୍ୟମରେ ନୂଆ ନୋଟ୍ ଅସଲି ବୋଲି ଜଣାପଡିବ ।

LEAVE A REPLY

Please enter your comment!
Please enter your name here