ଆତଙ୍କ ଖେଳାଇଛନ୍ତି ହାଇୱେ ଲୁଟେରା 

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ରୋଇଡ଼ା ମାଇନ୍ସ ନିକଟରେ ଆଜି ପୁଣି ଜଣେ ଟ୍ରକ୍ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ହାଇୱେ ଲୁଟେରା। ସୁଚାନାନୁସାରେ ଜଣେ ଟ୍ରକ୍ ଚାଳକ ଜଣକ ଗାଡିକୁ ରୋଇଡ଼ା ମାଇନ୍ସ ନିକଟରେ ଛିଡା କରି ଶୌଚ ହେବାକୁ ଯାଇଥିବା ବେଳେ ସେଠାରେ ଲୁଚି ରହିଥିବା କିଛି ଲୁଟେରା ହଠାତ୍ ତାଙ୍କ ମୁଣ୍ଡ ଓ ହାତକୁ ଆଘାତ ଦେଇ ମନିପର୍ସ ଲୁଟି ନେଇଛନ୍ତି।

ଲୁଟରାଙ୍କ ଆକ୍ରମଣରେ ଗୁରୁତର ଚାଳକଙ୍କ ଚିତ୍କାର ଶୁଣି ଅନ୍ୟ ଡ୍ରାଇଭର ମାନେ ସେଠାରେ ପହଞ୍ଚିବାରୁ ଲୁଟେରା ମାନେ ଫେରାର ହୋଇ ଯାଇଥିଲେ। ଗୁରୁତର ଚାଳକଙ୍କୁ ବଡବିଲ ମେଡିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here