ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଆଉ ତିଷ୍ଠି ପାରିବେନି ବାଂଲାଦେଶୀ । ଖୋଜି ଖୋଜି ବାଂଲାଦେଶୀଙ୍କୁ କରାଯିବ ବିଦା । ପାକିସ୍ତାନ ସହ ଭାରତର ମୁହାଁମୁହିଁ ପରିସ୍ଥିତି ଘଟଣା ପରେ ଏବେ ନଜର ବାଂଲାଦେଶ ଆଡ଼କୁ ଯାଇଛି। ଦେଶ ଭିତରେ ଅନୁପ୍ରବେଶ ଓ ବାଂଲାଦେଶୀଙ୍କ ଗତିବିଧି ନେଇ ବଡ଼ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ଓଡି଼ଶାରୁ ଏବେ ବାଂଲାଦେଶୀଙ୍କୁ ବିଦା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ବିତାଡିତ ପାଇଁ ସରକାରୀ ସ୍ତରରେ ଚାଲିଛି ବଡଧରଣର ପ୍ରସ୍ତୁତି । ଏଥିପାଇଁ ନୋଡାଲ ଏଜେନ୍ସି ଭାବେ ସ୍ପେଶାଲ ଟାସ୍କ ଫୋର୍ସ STF କୁ ରାଜ୍ୟ ସରକାର ଦାୟିତ୍ବ ଦେଇଥିବା ବେଳେ ଖୁବଶୀଘ୍ର SOP ଜାରି କରିବ STF ।
ରାଜ୍ୟର ବିଭିନ୍ନ କନଷ୍ଟ୍ରକ୍ସନ ସାଇଟରେ ଠିକା ଭାବେ କିଏ ସିମେଣ୍ଟ ମିସ୍ତ୍ରୀ ତ କିଏ ଟାଇଲ ମିସ୍ତ୍ରୀ ବା ଲେବର କାମ କରି ବିଭିନ୍ନ ସଂସ୍ଥାର ଅଣ ଆଢୁଆଳରେ ରହିଛନ୍ତି। ସେନେଇ ସେସବୁ ସଂସ୍ଥା ଗୁଡିକ ସହ ସରକାର ଯୋଗାଯୋଗ କରି କାମରେ ନିୟୋଜିତ ନକରିବାକୁ ପରାମର୍ଶ ଦେଇଛନ୍ତି । କେବଳ ସେହି କାମ ନୁହେଁ ବିଭିନ୍ନ ବଡ଼ବଡ଼ ଅଫିସ ବା ବହୁ ତାଲା କୋଠା ମାନଙ୍କରେ ଇଣ୍ଟେରିୟର ଡିଜାଇନ୍ କାମରେ ମଧ୍ୟ କମ ମୂଲ୍ୟରେ ମିସ୍ତ୍ରୀ ଓ ବଢେଇା ଭାବେ ନିୟୋଜିତ ହୋଇଛନ୍ତି । ପ୍ଲାଏ ଓ ଇଣ୍ଟେରିୟର ଡିଜାଇନ ,ପୁଟି ରଙ୍ଗ କାମ ଭଳି କଣ୍ଟ୍ରାକ୍ଟରଙ୍କ ପାଖରେ କାମ କରୁଛନ୍ତି। ସେମାନଙ୍କୁ କାମରେ ନିୟୋଜିତ ନ କରିବାକୁ ସରକାରୀ ନିର୍ଦ୍ଦେଶ ପରେ ସେସବୁ କନଷ୍ଟ୍ରକ୍ସନ ସାଇଟ୍ ଯେଉଁଠି ଲୁଚା ଛପାରେ କାମ ଅଧିକାଂଶ ଚାଲୁଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦାରା ସେସବୁ ଇଣ୍ଟେରିୟର କନଷ୍ଟ୍ରକ୍ସନ ସାଇଟ୍ ମାନଙ୍କରେ ମଧ୍ୟ ରେଡ କରାଯିବ ।
ଦେଶ ବାହାରୁ ବିଭିନ୍ନ ପଟେ ଦେଶ ଭିତରକୁ ତଥା ରାଜ୍ୟ ଭିତରେ ଅନୁପ୍ରବେଶକାରୀ ପ୍ରବେଶ କରୁଛନ୍ତି । ଏହା ଏକ ସଂଗଠିତ ଅପରାଧ। ଏଥିପାଇଁ ଏସବୁ ଉପରେ ନଜର ରଖିବା ପାଇଁଁ STF ଏସଟିଏଫକୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି। ବେଆଇନ ଅନୁପ୍ରବେଶ ନେଇ ଏଭଳି ସଂଗଠିତ ଅପରାଧ ରୋକିବା ପାଇଁ ଏସଟିଏଫ ପ୍ରକ୍ରିୟା ଆରମ୍ଭ କରିଛି। ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ଏସବୁ ଉପରେ ନଜର ରଖିବାକୁ ରିତିମତ ଭାବେ ପ୍ରତି ମାସରେ ଅଡଭାଇଜରୀ ଜାରି କରାଯାଉଛି। ଏବେ ଏନେଇ ଏକ ଏସଓପି ପ୍ରସ୍ତୁତି ଚାଲିଛି। ଖୁବଶୀଘ୍ର ଜାରି ହେବ ବୋଲି ଏସଟିଏଫ ଡିଆଇଜି ସୂଚନା ଦେଇଛନ୍ତି। ଏଇବର୍ଷ ଓଡ଼ିଶାରେ ଏସଟିଏଫ ପାଖରେ ଗତ ମାର୍ଚ୍ଚ ମାସରେ ବେଆଇନ ଅନୁପ୍ରବେଶ ଏକ କେସରେ ମୋଟ ୧୦ଜଣଙ୍କୁ ଗିରଫ କରାଯାଇ କୋର୍ଟ ପଠାଯାଇଛି।ତେବେ ଅନେକ ଅପରାଧିକ ପୃଷ୍ଟଭୂମିରେ ମଧ୍ୟ ସାମିଲ ହେଉଛନ୍ତି ବାଂଲାଦେଶୀ ଯାହା ରାଜ୍ୟ ଓ ଦେଶ ପାଇଁ ମଧ୍ୟ ଜାତୀୟ ସୁରକ୍ଷା ନେଇ ବଡ଼ ବିଷୟ । ସୀମା ବର୍ତ୍ତି ଅଞ୍ଚଳକୁ ଦୂରରେ ଥିବା ବାଂଲାଦେଶୀ ଯେପରି ଅନୁପ୍ରବେଶ ନକରିପରିବେ ସେନେଇ ସୀମା ବର୍ତ୍ତି ତଟ ସୁରକ୍ଷା ମଧ୍ୟ ବଢାଇ ଦିଆଯାଉଛି ।ଏନେଇ ମିଳିତ ଭାବେ ଏକ ପଦକ୍ଷେପ ଆରମ୍ଭ ହୋଇଛି।