ଡକାୟତ ମାମଲା ରେ ତିନିଜଣଙ୍କୁ ତିନିବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ

0

ମୋହନଲାଲ ଦୀପ, ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବାଦି ଗାଁ ନିକଟରେ ଘଟିଥିବା ଡକାୟତ ମାମଲା ରେ ତିନିଜଣ ଅଭିଯୁକ୍ତ ଙ୍କୁ ତିନିବର୍ଷ କାରାଦଣ୍ଡାଦେଶ ରାୟ ଦେଇଛନ୍ତି ଖଡ଼ିଆଳ JMFC। ଏନେଇ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ଖଡ଼ିଆଳ ଆସିଷ୍ଟାଣ୍ଟ ପବ୍ଲିକ ପ୍ରୋଷିକ୍ୟୁଟର ସୂଚନା ଦେଇଛନ୍ତି ।

ସୁଚନା ଅନୁସାରେ ମୂର୍ତାରାଜ ଅଲ୍ଲୀ ନାମକ ଜଣେ କପଡ଼ା ବ୍ୟବସାୟୀ ଗତବର୍ଷ ବାଦି ଗାଁ ପଟୁ ଆସୁଥିବା ବେଳେ ତାଙ୍କୁ ଅଭିଯୁକ୍ତ ମାନେ ମାଡ଼ ମାରିବା ସହ କପଡ଼ା ଗାଡ଼ି ଓ ଟଙ୍କା ଛଡାଇ ନେଇଥିଲେ । ଏହାକୁ ନେଇ ଖଡ଼ିଆଳ ଥାନା ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି ତଦନ୍ତ ଚଳାଇଥିଲା । ମାନ୍ୟବର କୋର୍ଟ ଆଠ ଜଣ ଙ୍କ ସାକ୍ଷ କୁ ଆଧାର କରି ଅଭିଯୁକ୍ତ ରାଜା ଦୁରିଆ, ପଦ୍ମନ ପଟେଲ ଓ ସଞ୍ଜୟ ପଟେଲ ଙ୍କୁ ତିନି ବର୍ଷ ସଶ୍ରମ କାରା ଦଣ୍ଡା ଦେଶ ସହ ହଜାରେ ଟଙ୍କା ଲେଖାଏଁ ଜରିବାନା ରାୟ ଶୁଣାଇଛନ୍ତି ମାନ୍ୟବର JMFC ଜର୍ଜ ସମୀକ୍ଷା ସା ଖଡିଆଳ ।

 ଏହି ମାମଲା କୁ ଆଖମଲ୍ ସରିଫ ନାମକ APP(Asst. Public prosecutor) ପରିଚାଳନା କରିଥିବା ବେଳେ IIC ପ୍ରିଦିପ ଧରୁଆ ଓ ଦିଲୀପ କୁମାର ସାହୁ ତଦନ୍ତ କରିଥିଲେ । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ରାଜା ଦୂରିଆ ଙ୍କ ନାମରେ ବିଭିନ୍ନ ଥାନା ରେ ଅନେକ ମାମଲା ଥିବା APP ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here