ଅହମ୍ମଦାବାଦରେ ଖେଳାଯିବ ଆଇପିଏଲ ଫାଇନାଲ୍

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ମଙ୍ଗଳବାର ଦିନ ଏକ ଲମ୍ବା ବୈଠକ ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ମଧ୍ୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜୁନ ୧ରେ ଖେଳାଯିବ। ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବିସିସିଆଇ ଫାଇନାଲର ସ୍ଥାନ ପରିବର୍ତ୍ତନ କରିଥିବା ଅନୁମାନ କରାଯାଉଛି । ମୂଳ ସିଡ୍ୟୁଲ ଅନୁସାରେ ଫାଇନାଲ ମ୍ୟାଚ କୋଲକାତାର ଇଡେନ୍ସ ଗାଡେନ୍ସଠାରେ ଓ ପ୍ରଥମ କ୍ବାଲିଫାୟର ହାଇଦ୍ରାବାଦରେ ହେବାର ଥିଲା । କିନ୍ତୁ ସେତେବେଳକୁ ଏସବୁ ସହରରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ଥିବାରୁ ବିସିସିଆଇ ଏହି ପରିବର୍ତ୍ତନ କରିଛି ।

ମୂଳ ସିଡ୍ୟୁଲ ଅନୁସାରେ ଫାଇନାଲ ମ୍ୟାଚ କୋଲକାତାର ଇଡେନ୍ସ ଗାଡେନ୍ସଠାରେ ଓ ପ୍ରଥମ କ୍ବାଲିଫାୟର ହାଇଦ୍ରାବାଦରେ ହେବାର ଥିଲା । କିନ୍ତୁ ସେତେବେଳକୁ ଏସବୁ ସହରରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ଥିବାରୁ ବିସିସିଆଇ ଏହି ପରିବର୍ତ୍ତନ କରିଛି । ଆଇପିଏଲ ୨୦୨୫ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ୨୯ ମଇରେ ଖେଳାଯିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଖେଳାଯାଇପାରିବ। ଏହା ବ୍ୟତୀତ, ମେ ୩୦ ତାରିଖରେ ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚ୍ ମଧ୍ୟ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ଆୟୋଜିତ ହୋଇପାରେ।

LEAVE A REPLY

Please enter your comment!
Please enter your name here