ଦଶହରା ପୂର୍ବରୁ ହେବ କଲେଜ୍ ଇଲେକ୍ସନ୍ : ଉଚ୍ଚଶିକ୍ଷା ମନ୍ତ୍ରୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦଶହରା ପୂର୍ବରୁ କ୍ୟାମ୍ପସ ନିର୍ବାସ ସରିବ ବୋଲି ସୂଚନା ଦେଇଛନ୍ତି ସୁରଜ ସୂର୍ଯ୍ୟବଂଶୀ । ମନ୍ତ୍ରୀ କହିଛନ୍ତି, କଲେଜ୍ ଇଲେକ୍ସନ୍ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ଏଣୁ ସଠୁକ୍ ସମୟରେ ସବୁ ଶେଷ କରିବାକୁ ପ୍ରୟାସ ଜାରି ରହିଛି ।

ପୂର୍ବ ସରକାର ସମୟରୁ କ୍ୟାମ୍ପସ ନିର୍ବାଚନ ବନ୍ଦ ରହିଥିଲା । ବିଭିନ୍ନ ଆଳ ଦେଖାଇ କ୍ୟାମ୍ପସ୍ ନିର୍ବାଚନକୁ କରାଇ ଦିଆଯାଉନଥିଲା । ପ୍ରଥମେ କଲେଜରେ ବିଶ୍ରୁଙ୍ଖଳା, ପରେ କରୋନାର ଆଳ ଦେଖାଇ କ୍ୟାମ୍ପସ ନିର୍ବାଚନକୁ ବନ୍ଦ ରଖାଯାଇଥିଲା । ଯାହାକୁ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଛାତ୍ର ସଂସଦ ନିର୍ବାଚନକୁ ନେଇ ସେତେବେଳର ସରକାର ବିଜେଡି ଉପରେ ବିଜେପି ଘନ ଘନ ଆକ୍ରମଣ କରିଥିବା ବେଳେ, ଛାତ୍ରମାନେ ମଧ୍ୟ ପୁଣି କ୍ୟାମ୍ପସ ନିର୍ବାଚନ କରିବାକୁ ଦାବି କରିଆସୁଥିଲେ । ଏବେ ବିଜେପି କ୍ଷମତାକୁ ଆସିଛି, ଆଉ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଗ୍ରିନ୍ ସିଗନାଲ୍‌ ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଆଶା ବଢିଛି ।

LEAVE A REPLY

Please enter your comment!
Please enter your name here