ବ୍ରହ୍ମପୁର (ବିପ୍ଲବୀ ପରିକ୍ରମା ଡିଜିଟାଲ) : ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସ୍ଥାନୀୟ ଆନ୍ଧ୍ର ମହିଳା ସମାଜମଠାରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା | କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ବର୍ତ୍ତମାନ ସମୟରେ ଜୈବ ବିବିଧତାର ଆବଶ୍ୟକତା ବିଷୟରେ ସଚେତନ କରାଯାଇଥିଲା | ଜୈବ ବିବିଧତାରେ ଗଞ୍ଜାମର ଗୌରବ ତଥା ସାମୁଦ୍ରିକ ଜୀବ ବିରଳ ଅଲିଭ ରିଡ଼ଲେ କଇଁଚର ଭୂମିକା ଉପରେ ଛାତ୍ର ଛାତ୍ରୀଙ୍କୁ ଅବଗତ କର ଯାଇଥିଲା |
ଅଲିଭ ରିଡ଼ଲେ ବିଷୟରେ ଉତ୍ସାହ ବଢେଇବା ପାଇଁ ସଂଗଠନ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ ସହ ପୁରସ୍କୃତ କରାଯାଇଥିଲା |
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏସ ବି ଆଇ ରିଜିନାଲ୍ ମ୍ୟାନେଜର ଶ୍ରୀ ହରିକୃଷ୍ଣ ପଣ୍ଡା, ବ୍ରହ୍ମପୁର ସବୁଜ ବାହିନୀର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଜୈବ ବିବିଧତାରେ ପ୍ରତ୍ୟେକ ଜୀବ ଜନ୍ତୁର ଆବଶ୍ୟକତା ବିଷୟରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ |
ସେହି ଭଳି ମଞ୍ଚରେ ସଂଗଠନ ପକ୍ଷରୁ ବିଲୁପ୍ତ ପ୍ରାୟ ପ୍ରଜାତିର ଜୀବ ଜନ୍ତୁଙ୍କ ଅଭାବରେ ପରିବେଶ ଉପରେ କିଭଳି ପ୍ରଭାବ ପଡିବ ତାହା ଉପରେ ଚର୍ଚ୍ଚା କରାଯାଇଥିଲା |
କାର୍ଯ୍ୟକ୍ରମରେ ସଂମ୍ମାନିତ ଅତିଥି ଓ ବିଚାରକ ଭାବେ ସତ୍ୟ ମହାରଣା, ଶ୍ୟାସୁନ୍ଦର ଓ ହାଇଦ୍ରାବାଦର ବିଖ୍ୟାତ ଫୋଟୋଗ୍ରାଫର ସତୀଶ ଲାଲ, ଓ ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର ମଞ୍ଚରେ ଉପସ୍ଥିତ ଥିଲେ | ସେହି ଭଳି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ଶିବରାମ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ସାଗର ପ୍ରସାଦ ପାତ୍ର ପରିଚାଳନା କରିଥିଲେ | ସଂଗଠନର ଅନ୍ୟ ସଦସ୍ୟ ଏ ପ୍ରକାଶ, ଅନିଲ ଚୌଧରୀ, ପି ବିନୋଦ, ଗଣେଶ ପାଣିଗ୍ରାହୀ, ପ୍ରବୀଣ ନାୟକ, ଅଜୟ ସାହୁ, ପି ବିନଦ, ଟି ଦୁର୍ଗା, ଅରବିନ୍ଦ ଦେଶିବେହେରା ସମେତ ବହୁ ପରିବେଶପ୍ରେମୀ ଉପସ୍ଥିତ ଥିଲେ |