ଗୁଜୁରାଟକୁ ୩୩ ରନରେ ହରାଇଲା ଲକ୍ଷ୍ନୌ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଗୁରୁବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ପ୍ରଥମେ ବ୍ୟାଟିଂ ପାଇଁ ଲକ୍ଷ୍ନୌକୁ ଆମନ୍ତ୍ରଣ କରିଥିଲା । ଆଇପିଏଲର ୬୪ତମ ମୁକାବିଲାରେ ଗୁଜୁରାଟ ଟାଇଟନ୍ସକୁ ୩୩ ରନରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଧୂଆଁଧାର ପାଳି ଖେଳିଲେ ମିଚେଲ ମାର୍ଶ । ତାଙ୍କର ଲଢୁଆ ଶତକ ଦଳକୁ ବିଜୟୀ କରିବାରେ ସହାୟକ ହୋଇଛି । ଏଲଏସଜି ଘାତକ ବୋଲିଂରେ ଲୟ ହରାଇଲେ ଗୁଜୁରାଟ ବ୍ୟାଟର । ୧୩ତମ ଲିଗ ମ୍ୟାଚ ହାରିବା ପରେ ବି ପଏଣ୍ଟ ଟେବୁଲ ଶୀର୍ଷରେ ଗୁଜୁରାଟ । ମ୍ୟାଚ ଜିତିଥିଲେ ମଧ୍ୟ ପ୍ଲେ ଅଫରୁ ବାଦ ପଡିଛି ଏଲଏସଜି । ଉଭୟ ବେଶ ଶତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଲକ୍ଷ୍ନୌର ଘାତକ ବୋଲିଂରେ ଚିତପଟାଙ୍ଗ ହୋଇଥିଲେ ଲକ୍ଷ୍ନୌ ବ୍ୟାଟର । ଶାହାରୁଖ ୨୯ ବଲରେ ୫୭ ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଦର୍ଶନ ୨୧, ଗିଲ ୩୫, ବଟଲର ୩୩,ଶେରଫାନ ୩୮ ରନ କରିଥିଲେ । ଗୁଜୁରାଟ ପକ୍ଷରୁ ଉଇଲ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ । ୨୦ ଓଭରରେ ଦଳ ୯ ଓ୍ବିକେଟ ହରାଇ ୨୦୨ ରନରେ ଅଟକିଥିଲା ।

LEAVE A REPLY

Please enter your comment!
Please enter your name here