ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହ ୨୦୨୫ର ପ୍ରଥମ ପର୍ଯ୍ୟାୟରେ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପୋଲିସର କର୍ମଚାରୀମାନଙ୍କୁ ୬ଟି କୀର୍ତ୍ତି ଚକ୍ର, ଯେଉଁଥିରେ ୪ଟି ମରଣୋତ୍ତର ଅନ୍ତର୍ଭୁକ୍ତ। ଏହାବାଦ୍ ୩୩ଟି ଶୌର୍ଯ୍ୟ ଚକ୍ର, ଯେଉଁଥିରେ ୭ଟି ମରଣୋତ୍ତର ଅନ୍ତର୍ଭୁକ୍ତ, ପ୍ରଦାନ କରିଛନ୍ତି।କର୍ତ୍ତବ୍ୟ ସମୟରେ ଅଦମ୍ୟ ବୀରତ୍ବ ଏବଂ ଅତୁଳନୀୟ ସାହସିକତା ପ୍ରଦର୍ଶନ ପାଇଁ କର୍ମଚାରୀମାନଙ୍କୁ ଏହି ବୀରତ୍ୱ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାରପ୍ରାପ୍ତଙ୍କ ମଧ୍ୟରେ ଭାରତୀୟ ସେନା, CRPF, ବାୟୁସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସର ସୁରକ୍ଷାକର୍ମୀ ଅନ୍ତର୍ଭୁକ୍ତ।ରାଷ୍ଟ୍ରପତି ମୋଟ ୩୩ ଜଣ ସୈନିକଙ୍କୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରିଥିଲେ। ଯେଉଁଥିରେ ୭ଟି ମରଣୋତ୍ତର ଅନ୍ତର୍ଭୁକ୍ତ। ଏଥିରେ ରାଜପୁତ ରେଜିମେଣ୍ଟର ୪୪ତମ ବାଟାଲିୟନ ରାଷ୍ଟ୍ରୀୟ ରାଇଫଲ୍ସର ବିଜୟ ବର୍ମା, CRPF ଡେପୁଟି କମାଣ୍ଡାଣ୍ଟ ବିକ୍ରାନ୍ତ କୁମାର, CRPF ଇନ୍ସପେକ୍ଟର/GD ଜେଫ୍ରି ହେମିଙ୍ଗଚୁଲୋ, ବାୟୁସେନା ୱିଙ୍ଗ କମାଣ୍ଡର ଭର୍ନନ ଡେସମଣ୍ଡ କିନ୍, ସ୍କ୍ୱାଡ୍ରନ୍ ଲିଡର ଦୀପକ କୁମାର, ଜମ୍ମୁ ଏବଂ କାଶ୍ମୀର ପୋଲିସର ସ୍ୱତନ୍ତ୍ର ପୋଲିସ ଅଧିକାରୀ ଅବଦୁଲ ଲତିଫ, ଜମ୍ମୁ କାଶ୍ମୀର ରାଇଫଲ୍ସ ୫ମ ବାଟାଲିୟନର ସୁବେଦାର ସଞ୍ଜୀବ ସିଂହ ଜସରୋଟିଆ, ୬୬୬ ଆର୍ମି ଏଭିଏସନ୍ ସ୍କ୍ୱାଡ୍ରନର କର୍ଣ୍ଣେଲ ପବନ ସିଂହ ଅନ୍ତର୍ଭୁକ୍ତ।
ଏହା ବ୍ୟତୀତ, ତାଲିକାରେ ୫୬ ରାଷ୍ଟ୍ରୀୟ ରାଇଫଲ୍ସ ଆର୍ଟିଲାରୀ ରେଜିମେଣ୍ଟର ନାଏବ ସୁବେଦାର (ବର୍ତ୍ତମାନ ସୁବେଦାର) ପି ପବିନ ସିଂହ, ୩୪ ରାଷ୍ଟ୍ରୀୟ ରାଇଫଲ୍ସ ଆର୍ଟିଲାରୀ ରେଜିମେଣ୍ଟର ମେଜର ସାହିଲ ରନ୍ଧୱା, ପାରାସୁଟ୍ ରେଜିମେଣ୍ଟର ମେଜର ସିଭିଏସ ନିଖିଲ, ୩୪ ରାଷ୍ଟ୍ରୀୟ ରାଇଫଲର ମେଜର ତ୍ରିପାତପ୍ରୀତ ସିଂହ, ଭାରତୀୟ ନୌସେନାର ଲେଫ୍ଟନାଣ୍ଟ କମାଣ୍ଡର କପିଲ ଯାଦବ, ସିଆରପିଏଫ ଡେପୁଟି କମାଣ୍ଡାଣ୍ଟ ଲଖବୀର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଜେଶ ପାଞ୍ଚାଲ, ସିଟି/ଜିଡି ମଲକିତ ସିଂହ, ସୁବେଦାର ମୋହନ ରାମ ଏବଂ ଆଇଏନଏସ କୋଲକାତାର କମାଣ୍ଡିଂ ଅଫିସର କମୋଡୋର ଶରଦ ସିଂହସୁନୱାଲ ମଧ୍ୟ ଅଛନ୍ତି।
ସେହିପରି ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅମାନ ସିଂ ହାନ୍ସ, ଭାରତୀୟ ବାୟୁସେନାର ସର୍ଜେଣ୍ଟ ଦାବି ସଞ୍ଜୟ ହିଫଭାଇ,୧ ରାଷ୍ଟ୍ରିୟ ରାଇଫଲର ମେଜର କୁନାଲ, ୫୦ ରାଷ୍ଟ୍ରିୟ ରାଇଫଲର ମେଜର ଆଶିଷ ଦାହିଆ, ୩୨ ରାଷ୍ଟ୍ରିୟ ରାଇଫଲର ହାଭିଲଦାର ପ୍ରକାଶ ତମାଙ୍ଗ, ୪ ରାଷ୍ଟ୍ରିୟ ରାଇଫଲର ମେଜର ସତେନ୍ଦ୍ର ଧନଖର, ୪ ଆସାମ ରାଇଫଲ୍ସର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଶେଥୁଙ୍ଗ କିକୋନ ଏବଂ ସ୍ଥଳସେନାର ସୁବେଦାର ବିକାଶ ତୋମାରଙ୍କ ସମେତ ମରଣୋତ୍ତର ଭାବେ ମେଜର ଆଶିଷ ଧୋନଚୋକ, ସିପାହୀ ପ୍ରଦିପ ସୀଂହ, ହାବିରଦାର ରୋହିତ କୁମାର, CT/GD ପୱନ କୁମାର, ଶ୍ରୀ ଦେୱାନ, ବିଜୟ କୁଟି ଜି ଏବଂ କ୍ୟାପଟେନ ଦୀପକ ସିଂଙ୍କୁ ମଧ୍ୟ ମରଣୋପରାନ୍ତ ଭାବେ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇଛି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି କୀର୍ତ୍ତି ଚକ୍ର ପ୍ରଦାନ କରିଛନ୍ତି, ଯେଉଁଥିରେ ୪ଟି ମରଣୋତ୍ତର ଅନ୍ତର୍ଭୁକ୍ତ। ମେଜର ମଲ୍ଲ ରାମ ଗୋପାଳ ନାଇଡୁ ଏବଂ ମେଜର ମନଜିତଙ୍କୁ କୀର୍ତ୍ତି ଚକ୍ର ପ୍ରଦାନ କରିଯାଇଥିବା ବେଳେ ରାଇଫଲମ୍ୟାନ ରବି କୁମାର, କର୍ଣ୍ଣେଲ ମନପ୍ରୀତ ସିଂହ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ହିମାୟୁନ୍ ମୁଜାମ୍ମିଲ୍ ଭଟ୍ ଏବଂ ନାୟକ ଦିଲୱର ଖାନଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ର ପ୍ରଦାନ କରାଯାଇଛି।