ଗୋଷାଣୀ ପଞ୍ଚାୟତ ସମିତି ବୈଠକ

0

ଗଜପତି (ବିପ୍ଲବୀ ପରିକ୍ରମା ) :- ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତିର ୮ମ ବୈଠକ ଅନୁଷ୍ଠିତ ହୋଇଯାଇଛି ।ତେବେ ବୈଠକ ପ୍ରାରମ୍ଭରେ ବଡଗୋଷାଣି ସରପଞ୍ଚ ବି. ମୋହନ ରାଓ, ବାଘଶଳା ସମିତି ସଭ୍ୟ ଜି.ଶ୍ରୀଧର ନାଇଡୁ, ଲାବାଣ୍ୟଗଡ ସରପଞ୍ଚ ଝୁନି ଶବର, ଗୁରାଣ୍ଡି ସରପଞ୍ଚ ଶିଳ୍ପା ପାତ୍ର, ଉପଲଡା ସମିତି ସଭ୍ୟ ବି.ଧନଞ୍ଜୟଲୁ ପ୍ରମୁଖ ପଞ୍ଚାୟତ ସମିତିରେ ସରପଞ୍ଚ ଓ ସମିତିଙ୍କ ଅଜାଣତରେ କାର୍ଯ୍ୟ ସମ୍ପାଦନ କରାଯାଉଛି, ଦଳୀୟ ମତଭେଦ ରଖି ଏପରି କରାଯାଉଥିବା ଏବଂ କୌଣସି ପ୍ରକଳ୍ପ ପ୍ରସ୍ଥାବ ଦେଲେ ତାହା ଗୃହୀତ କରାନଯାଇ ଅଣଦେଖା କରିବା, ପୂର୍ବ ବୈଠକର ନିଷ୍ପତ୍ତି ବିବରଣୀ ବା ଅଗ୍ରଗତିକୁ ତୁରନ୍ତ ପ୍ରଦାନ ନ କରିଭା ଆଦି ଅଭିଯୋଗ କରି ବୈଠକକୁ ତ୍ୟାଗ କରିଥିଲେ । ହେଲେ ପରେ ଗୁରାଣ୍ଡି ସରପଞ୍ଚ ଶ୍ରୀମତୀ ପାତ୍ର, ଉପଲଡା ସମିତି ସଭ୍ୟ ଶ୍ରୀ ଧନଞ୍ଜୟଲୁ ପ୍ରମୁଖ ପୁଣି ବୈଠକରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା । ଏହାପରେ ବିଭାଗୀୟ ସ୍ତରୀୟ ସମୀକ୍ଷା ସମୟରେ ପାନୀୟ ଜଳ ସମସ୍ୟାକୁ ନେଇ ଗୁରାଣ୍ଡି ସରପଞ୍ଚ ଶ୍ରୀମତୀ ପାତ୍ର ଗୁରାଣ୍ଡି ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ଗୁଡିକ କାର୍ଯକ୍ଷମ ହେବାରେ ବିଳମ୍ବ ହେଉଥିବା ସେହିପରି ଉପଲଡା ସମିତି ସଭ୍ୟ ଶ୍ରୀ ଧନଞ୍ଜୟଲୁ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟ ପାଇପକୁ ପୋତା ନଯାଇ ରାସ୍ତା ଉପରେ ରଖୁଥିବା, ଭୁଷୁକୁଡି ଗ୍ରାମରେ ପାନୀୟ ଜଳ ସମସ୍ୟା ଆଦିକୁ ନେଇ ପ୍ରଶ୍ନ ଉଠାଇଥିଲେ l

LEAVE A REPLY

Please enter your comment!
Please enter your name here