ବିପ୍ଲବୀ ପରିକ୍ରମା ବ୍ୟୁରୋ :- ୩ଟି ରାଜ୍ୟରେ ବିଜେପିର ଦମଦାର ବିଜୟ ପରେ କିଏ ହେବ ମୁଖମନ୍ତ୍ରୀ, ଏନେଇ ସସ୍ପେନ୍ସ ଜାରି ରହିଛି । ପୁରୁଖା ନେତାଙ୍କ ଉପରେ ବିଜେପି ଭରସା କରିବ ନା ନୂଆ ମୁହଁ ଆଣି ସରପ୍ରାଇଜ ଦେବ ତା ଉପରେ ସାରା ଦେଶର ନଜର ରହିଛି । ମଧ୍ୟପ୍ରଦେଶକୁ ବାଦ୍ ଦେଲେ ୪ଟି ରାଜ୍ୟ ବିଧାନସଭା ନିର୍ବାଚନରେ ହୋଇଛି ପଟ୍ଟ ପରିବର୍ତନ । କ୍ଷମତା ଅନ୍ୟ ରାଜନୈତିକ ଦଳ ହାତକୁ ଚାଲି ଯାଇଥିବାବେଳେ, ଏବେ କାହା ହାତରେ ରହିବ ରାଜ୍ୟ ପରିଚାଳନାର ଦାୟିତ୍ୱ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହଇଛି । ଅର୍ଥାତ କିଏ ହେବେ ଏସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ l
କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ଏନେଇ ସସ୍ପେନ୍ସ ଜାରି ରହିଛି। ମଧ୍ୟପ୍ରଦେଶରେ ବିଜେପିର ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୁହଁକୁ ନେଇ ଚର୍ଚ୍ଚା ଚାଲିଛି l
ସରକାର ବିରୋଧୀ ହାୱାର ଆଶଙ୍କା କରି, ଏଥର ବିଧାନସଭା ନିର୍ବାଚନରେ କାହାରିକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆଗକୁ ଆଣିନଥିଲା ବିଜେପି । ତଥାପି ଦଳକୁ ସ୍ପଷ୍ଟ ବହୁମତରେ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ମୁଖ୍ୟମନ୍ତ୍ରୀ ଦୌଡ଼ର ଆଗରେ ଅଛନ୍ତି ଶିବରାଜ ସିଂ ଚୌହାନ । କଂଗ୍ରେସ ବିରୋଧରେ ବିଦ୍ରୋହ କରି ରାଜ୍ୟରେ ବିଜେପିକୁ ନୂଆଶକ୍ତି ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁକୁ ମଧ୍ୟ ବିଚାର କରିପାରନ୍ତି ବିଜେପି ହାଇକମାଣ୍ଡ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହଲ୍ଲାଦ ସିଂ ପଟେଲ ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କ ନାଁ ମଧ୍ୟ ବିଚାର କରାଯାଉଛି ।
କଂଗ୍ରେସ ପୂର୍ବରୁ ବିଜେପି କ୍ଷମତାରେ ଥିଲାବେଳେ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ନିର୍ବାଚନ ପୂର୍ବରୁ ବସୁନ୍ଧରାଙ୍କୁ ନେଇ ଏତେଟା ଉତ୍ସାହିତ ନଥିଲା ବିଜେପି । ଶେଷ ମୁହୂର୍ତରେ ତାଙ୍କୁ ଟିକେଟ୍ ଦିଆଗଲା । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କି ନାହିଁ ସେନେଇ ଦଳ ବିଚାର କରୁଥିବାବେଳେ ଅର୍ଜୁନରାମ ମେଘୱାଲ, ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦୀୟା କୁମାରୀଙ୍କ ନାଁ ଉପରେ ଚର୍ଚ୍ଚା ହେଉଛି । ଲୋକସଭାରେ ବାଚସ୍ପତି ଥିବା ଓମ ବିର୍ଲାଙ୍କ ନାଁ ମଧ୍ୟ ଶୁଣାଯାଉଛି ।
ଛତିଶଗଡ଼ ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ । ତେଣୁ ଯଦି ବିଜେପି ଜଣେ ଆଦିବାସୀ ଚେହେରାକୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନିଏ, ତେବେ ପ୍ରଥମ ପସନ୍ଦ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜ୍ୟ ବିଜେପି ସରକାରର ନେତୃତ୍ୱ ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । କେନ୍ଦ୍ରମନ୍ତ୍ରୀ ରେଣୁକା ସିଂ, ବରିଷ୍ଠ ନେତା ରାମବିଚାର ନେତମ ମଧ୍ୟ ଏହି ଦୌଡ଼ରେ ଅଛନ୍ତି ।
ତେଲେଙ୍ଗାନାରେ କେସିଆରଙ୍କ ହାତରୁ କ୍ଷମତା ଛଡାଇ ଆଣିଛି କଂଗ୍ରେସ । ଆଉ ଏହି ବିଜୟର ଶ୍ରେୟ ତେଲେଙ୍ଗାନା କଂଗ୍ରେସ ପ୍ରଦେଶ ଅଧକ୍ଷ ରେଭନ୍ତ ରେଡ୍ଡୀଙ୍କୁ ଯାଉଛି । ରେବାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରେବାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ହେଲା। ଆସନ୍ତା ଡିସେମ୍ବର ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ।
ଦିନଟିଏ ପରେ ଭୋଟ୍ ଗଣତି ହୋଇଥିବା ମିଜୋରାମରେ ମଧ୍ୟ ଶାସକ ଦଳର ପରାଜୟ ହୋଇଛି । ଏମଏନଏଫ ହାତରୁ କ୍ଷମତା ଛଡାଇ ନେଇଛି ଜେଡପିଏମ । ଏପରିକି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ନିଜ ଆସନରୁ ହାରି ଯାଇଛନ୍ତି । ତେଣୁ ୫ ରାଜ୍ୟରେ ୫ ନୂଆ ମୁଖ୍ୟମନ୍ତ୍ରୀ ଚେହେରାଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।https://youtu.be/YGLz7i5tUNU?si=M0vzu3FNZA9MBf9H