ବିପ୍ଲବୀ ପରିକ୍ରମା ଡିଜିଟାଲ :- ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ଜଳ ପ୍ରଳୟ ଆଣିଛି । ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ସ୍ଥିତି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ଆଉ ପାଣି । ଅନେକ ଗାଁ ଜଳମଗ୍ନ ହୋଇଛି। ରାସ୍ତା ନଈ ପାଲଟିଛି, ରାସ୍ତାରେ ଡଙ୍ଗା ଚାଲୁଛି । ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି । ଆଉ ଏହି ବନ୍ୟାରେ ଆସାମରେ ଭୟାବହ ସ୍ଥିତି ଉପୁଜିଛି । ଆସାମର ଅନେକ ଗାଁ ଏବେବି ଜଳମଗ୍ନ । ବାହ୍ୟ ଜଗତ ଠାରୁ ସେସବୁ ଗାଁ ପୂରା ବିଚ୍ଛିନ୍ନ ହୋଇଛି । ପ୍ରାୟ ସାଢେ ୩ ଲକ୍ଷ ଲୋକ ଜଳବନ୍ଦୀ ଥିବା କୁହାଯାଉଥିବା ବେଳେ ସବୁଠାରୁ ବଡ଼ ଓ ଦୁଃଖର କଥା ଏଯାଏଁ ପ୍ରଭାବିତଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚିନି । ଗ୍ରାମାଞ୍ଚଳରେ ବିଭିନ୍ନ ନଦୀ ଫୁଲିବା କାରଣରୁ ରାସ୍ତା ସବୁ ବୁଡ଼ି ଯାଇଛି । ଗାଁ ପାଣି ଘେରରେ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାଆସ କରୁଛନ୍ତି । ଖାଲି ଘରଦ୍ବାର ନୁହେଁ ବର୍ଷ ବର୍ଷର ପରିଶ୍ରମରେ ବନ୍ୟା ମାଡି ଯାଇଛି । ବିଲରେ ଚାଷ ନଷ୍ଟ ହୋଇଛି । ଆସାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ଗ୍ରାମାଞ୍ଚଳରେ ବିଭିନ୍ନ ନଦୀ ଫୁଲିବା କାରଣରୁ ରାସ୍ତା ସବୁ ବୁଡ଼ି ଯାଇଛି । ଗାଁ ପାଣି ଘେରରେ ରହିଛି । ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାଆସ କରୁଛନ୍ତି । ଖାଲି ଘରଦ୍ବାର ନୁହେଁ ବର୍ଷ ବର୍ଷର ପରିଶ୍ରମରେ ବନ୍ୟା ମାଡି ଯାଇଛି । ବିଲରେ ଚାଷ ନଷ୍ଟ ହୋଇଛି । ଆସାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସେପଟେ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟରେ ବନ୍ୟା ପାଇଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଲକ୍ଷାଧିକ ପ୍ରଭାବିତ ଓ ବାସହରାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉଛି । ଲଗାଣ ବର୍ଷା ପୂର୍ବୋତ୍ତର ରାଜ୍ୟ ପାଇଁ କାଳ ନେଇ ଆସିଛି । ୪୮ ଘଣ୍ଟାର ଲଗାଣ ବର୍ଷା ପରେ ଅନେକ ଅଞ୍ଚଳରେ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଭୟଙ୍କର ଭୂସ୍ଖଳନ ତ ପୁଣି କେଉଁଠି ବନ୍ୟା ଜଳର ପ୍ରବଳ ସ୍ରୋତରେ ଆଖି ପିଛୁଳାକେ ଭାସୁଛି ଘରଦ୍ବାର । ସିକ୍କିମରେ ଥିବା ସେନା କ୍ୟାମ୍ପ୍ ଉପରେ ମାଟି ଅତଡା ଖସିବା ଫଳରେ ୩ ଜଣ ଯବାନ ସହିଦ ହେବା ସହ ୧୦ରୁ ଅଧିକ ନିଖୋଜ ଥିବା ନେଇ ସୂଚନା ମିଳିଛି ।