ବିପ୍ଲବୀ ପରିକ୍ରମା ଡିଜିଟାଲ :- ବେଙ୍ଗାଳୁରୁ ଦଳଚକଟା ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଦଳାଚକଟା ଘଟଣାରେ ସହାୟତା ରାଶି ବୃଦ୍ଧି କରିଛନ୍ତି କର୍ଣ୍ଣାଟକ ସରକାର । ପୂର୍ବରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା ହୋଇଥିଲା । କିନ୍ତୁ ଘଟଣାକୁ ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ରାଶିକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଭାବିତ ପରିବାରଙ୍କୁ ଖୁବଶୀଘ୍ର ଏହି ସହାୟତା ରାଶି ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଦ୍ଦରମୈୟା ।
ସୂଚନା ଅନୁସାରେ ଗତ ୩ ଜୁନ ୨୦୨୫ରେ ଆହମଦାବାଦରେ ଅନୁଷ୍ଠିତ ଆଇପିଏଲ ଫାଇନାଲରେ ଆରସିବି ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଥିଲା । ଏହି ବିଜୟର ଉତ୍ସବ ପାଇଁ ବେଙ୍ଗାଲୁରୁରେ ଏକ ବିଜୟ ପରେଡର ଆୟୋଜନ କରାଯାଇଥିଲା । କିନ୍ତୁ ଏହି ପରେଡ ସମୟରେ ଷ୍ଟାଡିୟମ ବାହାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, ଯାହା ଦଳାଚକଟାରେ ପରିଣତ ହୋଇଥିଲା । ଏହି ଘଟଣାରେ ଅନେକ ପ୍ରଶଂସକ ଆହତ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।
ପୋଲିସ ସୂଚନା ଅନୁଯାୟୀ, ଏହି ଦଳାଚକଟା ଘଟଣାରେ ଆୟୋଜକଙ୍କ ସହ ବିରାଟ କୋହଲିଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଅଭିଯୋଗ ରହିଛି ଯେ ପରେଡର ଆୟୋଜନରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିଲା ଏବଂ କୋହଲିଙ୍କ ଉପସ୍ଥିତି ଯୋଗୁଁ ଅତ୍ୟଧିକ ଭିଡ଼ ହୋଇଥିଲା । ପୋଲିସ କହିଛି ଯେ ଏହି ମାମଲାର ତଦନ୍ତ ଚାଲିଛି ଏବଂ ସମସ୍ତ ଦିଗକୁ ତଦନ୍ତ କରାଯିବ । ତେବେ, କୋହଲିଙ୍କୁ ଗିରଫ କରାଯିବ କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।