ଉଦଳା ଡାକ୍ତରଖାନାରେ ସ୍କୁଟି ଚୋରୀ

0

ଉଦଳା ( ବିପ୍ଲବୀ ପରିକ୍ରମା ) :- ଡାକ୍ତରଖାନାରେ ରୋଗୀଙ୍କ ସଂର୍ପକୀୟ ସାଜିବାର ଅଭିନୟ କରି ଚୋରି , ରୋଗୀଙ୍କ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରି ରୋଗୀଙ୍କ ସଂପର୍କୀୟଙ୍କ ଗାଡି କଲେ ଚୋରି , ସମସ୍ତଙ୍କ ଆଖିସାମ୍ନାରେ ଦିବାଲୋକରେ ଚୋରି କରି ନେଇଗଲେ । ଏଭଳି ଘଟଣା ଘଟିଛି ଉଦଳା ଡାକ୍ତରଖାନାରେ । ଆଉ ପୁରା ଚୋରି ଘଟଣାର ଲାଇଭ ଭିଜୁଆଲ କଏଦ ହୋଇଛି ସିସିଟିଭିରେ । ଗତକାଲି ଅପରାହ୍ନରେ ଜ୍ୟୋସ୍ନା ନାୟକଙ୍କ ସଂପର୍କୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ମହିଳା ଜ୍ୟୋସ୍ନା ନାୟକ ନିଜ ସଂପର୍କୀୟଙ୍କ ନିକଟକୁ ନିଜ ସ୍କୁଟିରେ ଯାଇଥିଲେ । ଡାକ୍ତରଖାନାରେ ନିଜ ସ୍କୁଟି ରଖି ସେ ରୋଗୀଙ୍କ ନିକଟକୁ ଯାଇଥିଲେ । ଜଣେ ଅଜଣା ବ୍ୟକ୍ତି ହଠାତ୍ ଆସି ରୋଗୀ ଆସିଥିବା ୧୦୮ ଆମ୍ବୁଲାନ୍ସରୁ ବାଲଟି ଆଣି ଜ୍ୟୋସ୍ନାଙ୍କ ସଂପର୍କୀୟଙ୍କୁ ଦେଇଥିଲେ । ଏହା ପରେ ମାତ୍ର ୧୫ ମିନିଟ୍ ଭିତରେ ଉକ୍ତ ଯୁବକ ଜଣକ ଜ୍ୟୋସ୍ନାଙ୍କ ସ୍କୁଟିକୁ ଡାକ୍ତରଖାନା ପରିସରରୁ ଲୁଟି ନେଇ ଚାଲିଯାଇଥିଲେ । ତାଙ୍କ ସ୍କୁଟି ଚୋରି ହୋଇଥିବା ଜାଣିବା ପରେ ଏ ନେଇ ଜ୍ୟୋସ୍ନା ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ଏହି ଚୋରିର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି ।

 

LEAVE A REPLY

Please enter your comment!
Please enter your name here