ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟାକରୀ ପୋଡିଦେଲେ

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୁଣି ସନ୍ଦେହ ରେ ଜଣେ ବୃଦ୍ଧ ଙ୍କୁ ହତ୍ୟା କରି ପୋଡିଦେଲେ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ l ମୃତକ ହେଲେ ୬୦ ବର୍ଷୀୟ କାମ୍ବି ମଳିକ l ଗତ ମଙ୍ଗଳ ବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାଡ଼ ପାଉଁଶ ଜବତ କରିଛି l ଘରେ କେହି ନଥିବା ବେଳେ ଗତ ମଙ୍ଗବାର ରାତିରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା କାମ୍ବି ଙ୍କ ପୁଅ ଝିଅ କହିଛନ୍ତି l ସେମାନେ କେହି ଘରେ ନଥିଲେ l ବାପା କାମ୍ବି ଏକା ଘରେ ଥିଲେ l ବୁଧବାର ସକାଳେ ପୁଅ ଝିଅ ଘରକୁ ଆସି ଦେଖିବା ବେଳେ ବାପା ଘରେ ନଥିଲେ l

କିନ୍ତୁ ଘର ଆଗରେ ରକ୍ତ ଛିଟା ପଡ଼ିଥିବା ଦେଖି ମନରେ ସନ୍ଦେହ ଉପୁଜି ଥିଲା l ଏହା ପରଠାରୁ ବାପାଙ୍କୁ ଖୋଜିଥିଲେ l ତେବେ ବାପାଙ୍କୁ କିଛି ବ୍ୟକ୍ତି ଘର ଆଗରେ ହତ୍ୟାକରୀ ଗାଁ ଠାରୁ କିଛି ଦୂରରେ ପୋଡି ଦେଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକ l ତେବେ ଭୟରେ ପରିବାର ଲୋକ ରହିଥିଲେ l ଆଜି ମୋହନା ପୋଲିସ ଖବର ପାଇ କୁଇହୁରୁ ଗାଁରେ ପହଁଞ୍ଚି ତଦନ୍ତ ପରେ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛି l ମୃତ କାମ୍ବି ଗାଁରେ କିଛି ଝlଡଫୁଙ୍କ କରିବା ସହ ଚେର ମୂଳି ଔଷଧ ଦେଉଥିଲେ l ତେଣୁ ତାଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମିଶି ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଘଟଣା ପରେ ଗାଁରେ ପୁରୁଷ ଶୂନ୍ୟ ଥିବା ଦେଖିବାକୁ ମିଳିଛି l

 

LEAVE A REPLY

Please enter your comment!
Please enter your name here