କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ଯ,ଚୋରା ମଦ କାରବାର ବିରୋଧରେ ଅଭିଯାନ ମେ ମାସ ୩୧ ତାରିଖ ଠାରୁ ଜୁନ୍ ମାସ ୨୬ ତାରିଖ ପର୍ଯ୍ୟନ୍ତ ନିଶା ନିବାରଣ ସଚେତନତା ରଥ ଗାଁ ଗାଁରେ ପରିକ୍ରମା କରି ଲୋକଙ୍କୁ ସଚେତନତା କରୁଥିବା ବେଳେ ତାହା ଓଲଟା ଦେଖିବାକୁ ମିଳିଛି ଆଜି କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆଦର ଗ୍ରାମର ନଦୀ ନାଳ, ଝରଣା କଡ଼ରେ ଦେଶୀ ମହୁଲି ମଦ ପ୍ରସ୍ତୁତ ହେଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇ କରଞ୍ଜିଆ ଥାନା ଅଧିକାରୀ ଶରତ କୁମାର ମହାଳିକ,କରଞ୍ଜିଆ ଅବକାରୀ ବିଭାଗ ଇନ୍ସପେକ୍ଟର ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ଟିମ୍, କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଞ୍ଜନ ନାୟକ, ଠାକୁରମୁଣ୍ଡା ଓଆଇସି , ଯଶୀପୁର ଓଆଇସି,ଓ ଅବକାରୀ ଟିମ୍ ସହାୟତାରେ ଅତର୍କିତ ଭାବେ ଚଢାଉ କରି ମଦ ପ୍ରସ୍ତୁତ ସରଞ୍ଜାମ ଜବତ୍ କରି ୨ଶହ୩୦ ଲିଟର ଦେଶି ମହୁଲି ମଦ ନଷ୍ଟ କରିବା ସହିତ ୬ହଜାର୫୦୦କେଜି ମହୁଲ ପୋଚ ନଷ୍ଟ କରିଛି ଅବକାରୀ ବିଭାଗର ଓ ପୋଲିସ୍ ଏଥିରେ ସଂପୃକ୍ତ କାହାକୁ ଗିରଫ କରାଯାଇ ନଥିବା ବେଳେ ତଦନ୍ତ ଜାରି ରଖିଛି ଅବକାରିବିଭାଗ।
ଅନ୍ୟ ପଟେ ଏହି ଚଢ଼ାଉ ଆଗାମୀ ଦିନରେ ଜାରିରହିବ ବୋଲି କରଞ୍ଜିଆ ଅବକାରୀ ଓଆଇସି ଶ୍ରୀ ନାୟକ ସୂଚନା ଦେଇଥିବା ବେଳେ କରଞ୍ଜିଆ ଅବକାରୀ ବିଭାଗ କେବଳ ଦେଶି ମହୁଲି ମଦ ଜବତ କରୁଥିବା ବେଳେ କରଞ୍ଜିଆ ସହର ର ବିଭିନ୍ନ ଦୋକାନ, ହୋଟେଲ ମାନଙ୍କରେ ଖୁଲମ୍ ଖୁଲା ଚରା ବିଦେଶୀ ମଦ ବିକ୍ରି କରି ମଦ ମାଫିଆ ମାନେ ମାଲେମାଲ୍ ହୋଉଥିବା ବେଳେ ଏପରି ମଦ ମାଫିଆ ମାନଙ୍କୁ ନଧରି କେବଳ ଗରୀବ ଶ୍ରେଣୀ ଲୋକ ମାନଙ୍କୁ ଧରିବା କେତେ ଦୁରଠିକ ଯାହାକୁ ନେଇ ଅବକାରୀ ବିଭାଗକୁ ନେଇ ଏବେ ବୁଦ୍ଧିଜିବୀ ମହଲରେ ଆଲୋଚନା ଜୋର ଧରିଛି l