କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କରଞ୍ଜିଆ ଉପଖଣ୍ଡ ପୋଲିସ୍ ଅଧିକାରୀ ରାତ୍ରି ସମୟ ପେଟ୍ରଲିଂ କରୁଥିବା ସମୟରେ ୪ ଟି ବେଆଇନ୍ ବାଲି ବୋଝେଇ ହାଇୱା ଜବତ୍ କରିବା ସହିତ ତିନି ଜଣଙ୍କୁ ଅଟକ ରଖାଯାଇଛି । ସୂଚନାରୁ ପ୍ରକାଶ କି ଗତକାଲି ରାତ୍ରି ସମୟ କରଞ୍ଜିଆ ଉପଖଣ୍ଡ ପୋଲିସ୍ ଅଧିକାରୀ ନବକୃଷ୍ଣ ନାଏକ କୌଣସି ବିଶେଷ ସୂତ୍ରରୁ ବେଆଇନ୍ ବାଲି ବୋଝେଇ ହାଇୱା କରଞ୍ଜିଆ ଅଞ୍ଚଳକୁ ଆସୁଥିବା ଖବର ପାଇ ଉପଖଣ୍ଡ ପୋଲିସ୍ ଅଧିକାରୀ ଓ ପୋଲିସ ଟିମ୍ ପେଟ୍ରାଲିଂ କରୁଥିବା ସମୟରେ ୪ଟି ବେଆଇନ୍ ବାଲି ବୋଝେଇ ହାଇୱା କୁ ଅଟକ ରଖି କାଗଜ ପତ୍ର ଯାଞ୍ଚ୍ କରିଥିଲେ ହେଲେ ସଠିକ୍ କାଗଜ ପତ୍ର ନଥିବାରୁ ୪ଟି ହାଇୱା କୁ ଜବତ୍ କରି ଗୋଟିଏ ଠାକୁରମୁଣ୍ଡା ଥାନା କୁ ହସ୍ତାନ୍ତର କରିଥିବା ବେଳେ ଆଉ ଦୁଇଟି ହାଇୱା କରଞ୍ଜିଆ ଥାନାକୁ ଆଣିଥିଲେ ଏବଂ ଆଉ ଗୋଟେ ହାଇୱା ଚାଳକ ଘଟଣା ସ୍ଥଳରେ ହାଇୱା କୁ ଲୋକ୍ କରି ସେଠାରୁ ଚୋମ୍ପଟ ମାରିବାରୁ ହାଇୱା କୁ ପୋଲିସ୍ ଜବତ୍ କରି ଦିବା ୧୧ଘଟିକା ୨୦ମିନିଟ୍ ସମୟରେ କରଞ୍ଜିଆ ଥାନାକୁ ଆଣିଥିଲେ।
ଏଥିରେ ସଂପୃକ୍ତ ଜଣଙ୍କୁ ଠାକୁରମୁଣ୍ଡା ଥାନା ରେ ଅଟକ ଥିବା ବେଳେ ଅନ୍ୟ ଦୁଇ ଜଣ ହାଇୱା ଚାଳକଙ୍କୁ କରଞ୍ଜିଆ ଥାନାରେ ଅଟକ ରଖା ଯାଇଛି ଏବଂ ଅନ୍ୟ ଜଣେ ସେଠାରୁ ଫେରାର ହୋଇଯାଇଥିବା ଜଣା ପଡ଼ିଛି। ତେବେ ଚାରୋଟି ହାଇୱା ମଧ୍ୟରୁ ଦୁଇଟି ହାଇୱା ପଟବିଲ ରୁ ଜବତ୍ ହୋଇଥିବା ବେଳେ ଗୋଟିଏ କେନ୍ଦୁମୁଣ୍ଡୀ ରୁ ଓ ଅନ୍ୟଟି ଜୁଆଳୀକଟା ପେଟ୍ରୋଲ ପମ୍ପ ନିକଟରୁ ଜବତ୍ କରାଯାଇଥିବା ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ନାଏକ ସୂଚନା ଦେଇଥିବା ବେଳେ ଆଗାମୀ ଦିନରେ ଏହା ଜାରିରହିବ ବୋଲି ପ୍ରକାଶ କରିଛନ୍ତି। ତେବେ ଆନନ୍ଦପୁର ଏବଂ ଚଢେଇଭୋଳ ଅଞ୍ଚଳ ଦେଇ ବହିଯାଉଥିବା ବୋଇତରଣି ନଦୀରୁ ପ୍ରତ୍ୟେକ ଦିନ ରାତ୍ରି ରୁ ଭର ସମୟରେ ଶହଶହ ବାଲି ବୋଝେଇ ହାଇୱା କରଞ୍ଜିଆ ଅଞ୍ଚଳକୁ ଆସୁଛି ଯାହା ଦ୍ଵାରା ପ୍ରତ୍ୟେକ ଦିନ କଟିକଟି ଟଙ୍କାର ରାଜସ୍ବ ହାନି ହୋଉଥିବା ବେଳେ ମାଲେମାଲ ହେଉଛନ୍ତି ବାଲି ମାଫିଆ ତେବେ ଏହା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏପରି ବେଆଇନ୍ ବାଲି ବୋଝେଇ ହାଇୱା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ମୋଟା ଅଙ୍କର ଜରିମାନା କରିବାକୁ ସର୍ବ ସାଧାରଣ ରେ ଦାବି ହେଉଛି।