ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଆଶିଷ ନେଲେ ମୋହନ ମାଝୀ

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ପବିତ୍ର ସ୍ନାନଯାତ୍ରାର ସାକ୍ଷୀ ହେବାକୁ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ନାନ ମଣ୍ଡପରୁ ମହାପ୍ରଭୁଙ୍କୁ ଦର୍ଶନ କରି କୃପାଭିକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସୁରୁଖୁରୁରେ ପହଣ୍ଡି କାର୍ଯ୍ୟକ୍ରମ ହେଲା । ପ୍ରଥମ ଥର ପାଇଁ ସ୍ନାନଯାତ୍ରା ପହଣ୍ଡି ବିଜେରେ ସୌଭାଗ୍ୟ ପ୍ରାପ୍ତି ହେଲା । ଆଗକୁ କିପରି ରଥଯାତ୍ରା ସୁରୁଖୁରରେ ହେବ । ଓଡିଶାର ଲୋକେ କିପରି ସୁଖ ଶାନ୍ତିରେ ରହିବେ ତାହା ପ୍ରାର୍ଥନା କଲି । ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସୁନ୍ଦର ଭାବେ ଏହି କାର୍ଯ୍ୟକ୍ରମ କରାଯାଉଛି । ଆଗକୁ ବହୁତ ଭଲ ଭାବରେ ରଥଯାତ୍ରା କାର୍ଯ୍ୟ ସମ୍ପନ୍ନ ହେବ ।’

ଦେବସ୍ନାନ ନୀତି ବର୍ତ୍ତମାନ ସୁଦ୍ଧା ସୁରୁଖୁରୁରେ ଚାଲିଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଉଠିଛି ପୁରୀ । ପୁରୀ ବଡ଼ଦାଣ୍ଡ ହୋଇଉଠିଛି ଜନସମୁଦ୍ର । ଆଜି ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ଆଜି ମହାପ୍ରଭୁ ସ୍ନାନବେଦୀରେ ୧୦୮ ସୁବାସିତ ଜଳରେ ସ୍ନାନ କରିବେ । ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁ ସ୍ନାନ । ସକାଳୁ ସକାଳୁ ନୀତି ନିଘଣ୍ଟ ଅନୁସାରେ ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

LEAVE A REPLY

Please enter your comment!
Please enter your name here