୭ ଦିନ ପ୍ରବଳ ବର୍ଷିବ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ମୋସୁମୀ ଜନିତ ବର୍ଷା ଆଗକୁ ଲାଗି ରହିବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । କାରଣ ରାଜ୍ୟରେ ପ୍ରବାହିତ ହେଉଥିବା ମୋସୁମୀ ବାୟୁ ପ୍ରଭାବରେ ଆସନ୍ତା ୧୪ରୁ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦେଶକ ସୁଚନା ଦେଇଛନ୍ତି। ଆଗାମୀ ସାତ ଦିନ ପାଇଁ ବର୍ଷା ରହିଥିବା ବେଳେ ୧୩ ଯାଏଁ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ହେବ । ହେଲେ ୧୪ରୁ ରାଜ୍ୟର ସମସ୍ତ ଅଞ୍ଚଳକୁ ବର୍ଷା ଛୁଇଁବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଆଗାମୀ ୭ ଦିନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିବ। ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଲାଗି ରହିବ । ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ଝଟକା ପବନ ମଧ୍ୟ ବହିବ । ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟର ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ଝଟକା ପବନ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ସହିତ ଅନ୍ୟ ବାକି ଜିଲ୍ଲା ମାନଙ୍କରେ ମଧ୍ୟ ବଜ୍ରପାତ ଜନିତ ବର୍ଷା ମଧ୍ୟ ହେବ ବୋଲି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୧୩ ତାରିଖ ଯାଏଁ ଏଭଳି ପାଗ ରହିବ।

LEAVE A REPLY

Please enter your comment!
Please enter your name here