ଯୋଡା ପୋଲିସକୁ ଓପନ୍ ଚାଲେଞ୍ଜ

0

କେନ୍ଦୁଝର ଜିଲ୍ଲାରୁ ଖଳାନନ୍ଦ ଶର୍ମା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-  ଯୋଡା ପୋଲିସକୁ ଡକାୟତି ମାନଙ୍କ ଓପନ୍ ଚାଲେଞ୍ଜ l ଜନ ଗହଳିପୂର୍ଣ୍ଣ ସ୍ଥାନରୁ କଲେ ସଶସ୍ତ୍ର ଡକାୟତି l ଘଟଣା ସ୍ଥଳରେ ପୋଲିସର ଛାନବିନ୍ ଜାରି l କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ସହରର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଆଜି ସକାଳୁ ସକାଳୁ ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବର ନଗଦ ଓ ଗହଣା ଲୁଟ କରିଛନ୍ତି ଡକାୟତ।

ମିଳିଥିବା ସୂଚନା ମୁତାବକ ବ୍ୟାଙ୍କ୍ ଖୋଲୁଥିବା ବେଳେ ପ୍ରାୟ ୫ ଜଣ ମୁଖାପିନ୍ଧା ଡକାୟତ ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ କରି ଫେରାର ହୋଇ ଯାଇଛନ୍ତି। ସୂଚନା ପାଇ ଯୋଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନବିନ୍ ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here