ଭୁବନେଶ୍ୱରରୁ ଆବୁଧାବି ଉଡ଼ିଲା ବିମାନ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୂରଣ ହେଲା ଓଡ଼ିଶାବାସୀଙ୍କ ସ୍ବପ୍ନ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଆବୁଧାବିକୁ ଉଡ଼ିଛି ସିଧା ସଳଖ ବିମାନ l ଆଜି ସକାଳ 9:35ରେ ଇଣ୍ଡିଗୋ ବିମାନ 6E 1441କୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ଅପରାହ୍ନ 12.35 ରେ ଆବୁଧାବି ପହଞ୍ଚିବ ଏବଂ ସେଠାରୁ ରାତି 2.35ରେ ବାହାରି ସକାଳ 8.35ରେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବ ଏହି ବିମାନ । ଏଥିସହ ବିଶାଖାପାଟଣାକୁ ମଧ୍ୟ ସିଧାସଳଖ ବିମାନ ସେବା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଅପରାହ୍ନ 12.35ରେ ଭୁବନେଶ୍ୱରରୁ ଛାଡ଼ିବ ଏବଂ ଅପରାହ୍ନ 1.55ରେ ବିଶାଖାପାଟଣା ପହଞ୍ଚିବ । ସେହିପରି ଅପରାହ୍ନ 2.25 ରେ ବିମାନ ବିଶାଖାପାଟଣା ଛାଡ଼ି 3.45ରେ ଭୁବନେଶ୍ୱର ପହଞ୍ଚିବ । ବିଶାଖାପାଟଣା ପାଇଁ ଇଣ୍ଡିଗୋ 6E 6214 ବିମାନ ସେବା ଅଛି । ଆବୁଧାବି ସହ ଭୁବନେଶ୍ୱରରୁ ବିଦେଶକୁ ଏହା ପଞ୍ଚମ ବିମାନ ସେବା ।

ଏହି ଅବସରରେମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି,”ଆମ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହୋଇଛି । ଭୁବନେଶ୍ୱର ବିମାନବନ୍ଦରରୁ ଆବୁଧାବିକୁ ବିମାନ ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ସେବାର ଆରମ୍ଭ ହୋଇଛି । ଏହି ବିମାନରେ ଆଜି 180 ଯାତ୍ରୀ ସିଧାସଳଖ ଭାବରେ ଭୁବନେଶ୍ୱରରୁ ଆବୁଧାବି ଯାତ୍ରା କରିଛନ୍ତି । ଏହି ବିମାନସେବା ଦ୍ୱାରା ଓଡିଶା ସିଧାସଳଖ ମିଡିଲ ଇଷ୍ଟ ଦେଶଗୁଡ଼ିକ ସହ ଯୋଡି ହୋଇପାରିଛି । ଏହି ବିମାନସେବା ଦ୍ୱାରା ଓଡ଼ିଶାରେ ବାଣିଜ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେମିତିକି କେନ୍ଦୁଝର, ଢେଙ୍କାନାଳ, ନୂଆପଡା ଏବଂ ରାୟଗଡା ଭଳି ସ୍ଥାନରୁ 50 ଟନ ଆମର ପାଲି ଆମ୍ବ ଆଜି ଆବୁଧାବି ଗଲା । ଓଡିଶାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଯୋଡିବା ପାଇଁ ଆମ ସରକାର ଭୁବନେଶ୍ୱରରୁ ଡେରାଡୁନ, କୋଚ୍ଚି, ଗାଜିଅବାଦ, ଏବଂ ଲକ୍ଷ୍ନୌକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡାରୁ ମୁମ୍ବାଇ, ଲକ୍ଷ୍ନୌ, ଏବଂ ରୟପୁରରୁ ବିମାନ ସେବା ଆରମ୍ଭ ହୋଇଛି । ଓଡିଶା ହେବ ବିମାନ ସେବାର ହବ୍ ।”

LEAVE A REPLY

Please enter your comment!
Please enter your name here