ଗଣେଶରାମ ସିଂ ଖୁଣ୍ଟିଆ ଙ୍କ ଦିନିକିଆ ନୂଆପଡ଼ା ଗସ୍ତ – ଉଦଘାଟନ କଲେ ଆୟୋଜିତ ବିକାଶ ମେଳା

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ର ୧୧ ବର୍ଷ ଓ ରାଜ୍ୟ ସରକାର ଙ୍କ ଏକ ବର୍ଷ ସଫଳତା ଅବସରରେ ନୂଆପଡ଼ା ଠାରେ ଆୟୋଜିତ ବିକାଶ ମେଳା କୁ ଦିନିକିଆ ଗସ୍ତ ରେ ନୂଆପଡ଼ା ପ୍ରଭାରୀ ତଥା ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମେ ମନ୍ତ୍ରୀ ମିନିଷ୍ଟାଡିୟମ ଠାରେ ପହଞ୍ଚି ଚାରା ରୋପଣ କରି ବିକାଶ ରଥ କୁ ପତାକା ଦେଖାଇ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା କୁ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭା ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କ ଉପରେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ ।

ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଓ ଅଧିକାରୀ ସକାରାତ୍ମକ ମନୋଭାବ ରଖି କାମ କଲେ ନୂଆପଡ଼ା ର ସମନ୍ୱିତ ବିକାଶ କୁ କେହି ରୋକି ପାରିବେ ନାହିଁ ବୋଲି ମନ୍ତ୍ରୀ କହିଥିଲେ । ଜିଲ୍ଲା ସଦଭାବନା ଗୃହ ଠାରେ ଓଡିଶା ଭିଜନ ୨୦୨୬ ଓ ୨୦୪୭ ଉପରେ ବିକଶିତ ଓଡ଼ିଶା ପାଇଁ ବିକଶିତ ନୂଆପଡ଼ା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପରେ ପରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ରେ ନୂଆପଡ଼ା ସର୍କିଟ ହାଉସ ରେ ରାତ୍ରୀଯାପନ କରି ଆଜି କଳାହାଣ୍ଡି ଅଭିମୁଖେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ବାହାରିଲେ ।

LEAVE A REPLY

Please enter your comment!
Please enter your name here