ହାତୀ ଆକ୍ରମଣରେ କେନ୍ଦୁଡିହିରେ ୨ ଓ କାଳୀମାଟିରେ ଜଣେ ମୃତ, ବନବିଭାଗ ଭୟଭୀତ 

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ):- : କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ରେଞ୍ଜ, ଗୁଆଲି ସେକ୍ସନ ଅଧିନସ୍ଥ କେନ୍ଦୁଡିହି ଗ୍ରାମ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଏକ ଦନ୍ତା ଆକ୍ରମଣ କରିବା ଫଳରେ ଯୁବକ ଜଣକ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଗୁରୁତର ମହିଳାଙ୍କୁ ବଡବିଲ ମେଡିକାଲ ଅଣା ଯାଇଥିଲା।

ମାତ୍ର ସେଠାରେ ମହିଳାଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସନ୍ଧ୍ୟାରେ ବାମେବାରୀ ସେକ୍ସନ ଅଧିନସ୍ଥ କାଳୀମାଟି ନିକଟରେ ପୁଣି ଏକ ହାତୀ ଜଣେ ଯୁବକକୁ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ଏନେଇ ଉଭୟ ସ୍ଥାନରେ ଉତ୍ତେଜନା ଦେଖା ଯାଇଥିବା ବେଳେ କେନ୍ଦୁଡିହି ଗ୍ରାମରେ ଗ୍ରାମବାସୀ ଓ ବନ ବିଭାଗର ଅଧିକାରୀଙ୍କ ମଧ୍ୟରେ ହାତାହାତି ହୋଇଥିବା ଜଣା ପଡିଛି।

ଉତ୍ତେଜନା ଭୟରେ ବନ ବିଭାଗର ଅଧିକାରୀ କାଳୀମାଟି ଗ୍ରାମକୁ ଯାଇ ନ ଥିବା ବେଳେ ମୃତ ଯୁବକଙ୍କ ଶବ ଘଟଣା ସ୍ଥଳରେ ରହିଥିବା ସୂଚନା ରହିଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଉଭୟ ସ୍ଥାନରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ଜଣା ପଡିଛି।

 

LEAVE A REPLY

Please enter your comment!
Please enter your name here