ଗୋପାଳପୁର ପାନ୍ଥ ନିବାସ ପକ୍ଷରୁ ରଜ ମହୋତ୍ସବ ପାଳିତ

0

ଗୋପାଳପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶନିବାର ପହିଲି ରଜ ଅବସରରେ ଗୋପାଳପୁର ପାନ୍ଥ ନିବାସ ତରଫରୁ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ରଜ ଦୋଳି ଆୟୋଜନ କରାଯିବା ସହ ପିଠା ପଣା ବଣ୍ଟନ କରାଯାଇଥିଲା । ଏଥିରେ ବହୁ ମହିଳା ଯୁବତୀ ଆଉ ଶିଶୁ ଉତ୍ସାହର ସହ ସାମିଲ ହୋଇଥିଲେ । ପରସ୍ପରକୁ ରଜ ପାନ ପ୍ରଦାନ କରିବା ସହ ଶୁଭ କାମନା ଜଣାଇଥିଲେ ।

ଅତିଥି ରୂପେ ଗୋପାଳପୁର ଏନ ଏ ସି ଚେୟାରମେନ ଏ.ଜାନକୀ ରାମ,ଉପାଧକ୍ଷା ବି.ଉମା,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ, ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ, ସମାଜ ସେବୀ ପଞ୍ଚୁ ବେହେରା, ସହକାରୀ ପରିଚାଳକ ବାଇଲୋଚନ ବିଶ୍ବାଳ ସାମ୍ୱାଦିକ ରାଜେଶ ସାହୁ , କାଉନସିଲର ବି. ଗୋପାଲ କ୍ରିଷ୍ଣା, କଳ୍ପନା ବେହେରା, ନିର୍ମଳ କୁଜୁରୁ, ସୁନୀତା ସାହୁ , ଜି. ମୋହନ ରାଓ, କେ. କାଲେଶୁ ପ୍ରମୁଖ ଯୋଗ ଦେଇଥିଲେ ।

ବରିଷ୍ଠ ସାମ୍ବାଦିକ ତଥା ପଯ୍ୟଟନ ଭାରତ ର ସମ୍ପାଦକ ନାରାୟଣ ମହାକୁଡ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ ପାନ୍ଥ ନିବାସ ର ପରିଚାଳକ ସାୟଦ ତାରିଖ ଅଲ୍ଲୀ ପ୍ରାରମ୍ଭରେ ରଜ ମହୋତ୍ସବ ପାଳନ ର ଉଦେଶ୍ୟ ନେଇ ଆଲୋକପାତ କରିଥିଲେ । ଅନ୍ୟତମ୍ ଅତିଥି ରୂପେ ଯୋଗ ଦେଇଥିବା ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବହୁ ଟୁରିଷ୍ଟ, ସାମ୍ୱାଦିକ ଆଉ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ । ରଜ ମହୋତ୍ସବ ପ୍ରତିବର୍ଷ ଓଟିଡିସି ଓ ପଯ୍ୟଟନ ବିଭାଗ ତରଫରୁ ପାଳିତ ହୋଇ ଆସୁଛି ।

LEAVE A REPLY

Please enter your comment!
Please enter your name here