ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚଳିତ ରଥଯାତ୍ରା ଶୃଙ୍ଖଳିତ କରିବାକୁ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି । କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଅଣ-ସେବାୟତ ରଥ ଉପରେ ଚଢିଲେ ଗିରଫ ହେବେ । ରଥ ଉପରେ ମୋବାଇଲ ବ୍ୟାନ୍ । ପହଣ୍ଡିରେ କେଉଁ କେଉଁ ସେବାୟତ ରହିବେ ସେମାନଙ୍କ ତାଲିକା ପ୍ରସ୍ତୁତ ହେବ । ଘଣ୍ଟୁଆ ସେବାୟତ ମାନଙ୍କ ତାଲିକା ବି ପ୍ରସ୍ତୁତ ହେବ । ଏନେଇ ନିଯୋଗ ଗୁଡ଼ିକ ତାଲିକା ପାଇଁ ସେବାୟତଙ୍କ ନାଁ ଦେବେ । ଛତିଶା ନିଯୋଗ ସହ ଆଲୋଚନାରେ ନିଷ୍ପତ୍ତି ହୋଇଛି । ମୋବାଇଲ ଫୋନ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l