ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚଳିତବର୍ଷ ରଥଯାତ୍ରା ପାଇଁ ପୋଲିସର ବ୍ୟାପକ ବନ୍ଦୋବସ୍ତ । ପୁରୀରେ ପ୍ରଥମ ଥର ଖୋଲିବ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର । AI ସିସିଟିଭି କ୍ୟାମେରା ଜରିଆରେ ହେବ ଟ୍ରାଫିକ ପରିଚାଳନା । ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ କ୍ୟାମ୍ପ ଅଫିସରେ ପୁରୀ ଏସପି , ରେଞ୍ଜ ଆଇଜି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଶେଷ ହୋଇଛି ବୈଠକ ।ଚଳିତବର୍ଷ ରଥଯାତ୍ରାରେ ପୂର୍ବ ବର୍ଷ ଅପେକ୍ଷା ଅଧିକରୁ ଅଧିକ ଫୋର୍ସ ନିୟୋଜିତ ପାଇଁ ଯୋଜନା ହୋଇଛି । ରାଜ୍ୟ ପୋଲିସର ବିଭିନ୍ନ ବାଟାଲିୟନ ଓ ସ୍ବତନ୍ତ୍ର ସୁରକ୍ଷା ବଳ ସହ ଅଫିସର ମାନଙ୍କ ସହ ସେଣ୍ଟ୍ରାଲ ଫୋର୍ସ ମଧ୍ୟ ଅଧିକ ମଗାଯାଇଛି । ରାପିଡ ଆକ୍ସନ ଫୋର୍ସ ସମେତ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସର ବିଭିନ୍ନ ଫୋର୍ସ ମଧ୍ୟ ମୁତୟନ ହେବେ । ବିଶେଷ କରି ଆତଙ୍କି ମୁକାବିଲା ଓ ସାମ୍ଭାବ୍ୟ ସନ୍ଦେହଜନକ କର୍ଯ୍ୟକଳାପ ଭଳି କାର୍ଯ୍ୟକଳାପ ମୁକାବିଲା ପାଇଁ ମଧ୍ୟ ସ୍ବତନ୍ତ୍ର ୟୁନିଟ୍ ଯେପରି ସ୍ପେଶିଆଲ ଟାକ୍ଟିକାଲ ୟୁନିଟ (STU) ଭଳି ବାହାର ରାଜ୍ୟର ସ୍ପେଶାଲ ଏଜେନସି ମଧ୍ୟ ନିୟୋଜନ ପାଇଁ ବ୍ୟବସ୍ଥା ହୋଇଛି ।
ଏନେଇ ପୋଲିସ ଡିଜି ୱାଇ ବି ଖୁରାନିଆ କହିଛନ୍ତି,”ଏପର୍ଯ୍ୟନ୍ତ ସେପରି କିଛି ଥ୍ରେଟ ଇନପୁଟ ହୋଇନାହିଁ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଭାରି ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ବିଶେଷ ଭାବେ ଆୟୋଜନ କରାଯାଏ । ବିଗତ ବର୍ଷ ଅପେକ୍ଷା ଅଧିକ ଫୋର୍ସ ନିୟୋଜିତ ହେବେ । ଡ୍ରୋନ ଓ ଆଣ୍ଟି ଡ୍ରୋନର ମଧ୍ୟ ବ୍ୟବସ୍ଥା କରାଯାଇଛି । ସବୁ ପ୍ରକାର ସୁରକ୍ଷାକୁ ମନିଟର ପାଇଁ ପ୍ରଥମ ଥର ଟାଉନ ଥାନରେ ଇଣ୍ଟିଗ୍ରେଟେଡ କମାଣ୍ଡି କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି । ଯେଉଁଠି ସିନିୟର୍ ଅଫିସର ସମସ୍ତ ଗତିବିଧିକୁ ନିରୀକ୍ଷଣ କରିବେ । ଇଣ୍ଟେଲିଜେନସ ଇନପୁଟ ଅଧିକ ଗୁରୁତ୍ବ ଦିଆଯାଉଛି । ପୁରୀକୁ ବିଭିନ୍ନ ସ୍ଥାନରୁ ଅନେକ ଭକ୍ତଙ୍କ ଆଗମନ ସହ ବେପାର ବଣିଜ କରିବା ପାଇଁ ଆସିବେ । ତେଣୁ ସେସବୁକୁ ଦୃଷ୍ଟିରେ ରଖି ଇଣ୍ଟେଲିଜେନସ ଇନପୁଟକୁ ଅଧିକ ଫୋକସ ଦିଆଯାଉଛି । ଖୁବଶୀଘ୍ର ଯେଉଁ ସବୁ ସେଣ୍ଟ୍ରାଲ ଫୋର୍ସ ପହଞ୍ଚିବା କଥା ଆସି ପହଞ୍ଚିବେ । ପୁରୀ ଟାଉନ୍ ଥାନାରେ ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଯେଉଁଠି ଜଣେ ସିନିୟର୍ ଆଇପିଏସ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି ମନିଟର ପାଇଁ । ରଥଯାତ୍ରା ପାଇଁ ଭୁବନେଶ୍ୱର ଶେଷ ଅର୍ଥାତ୍ ଉଚରା ଛକରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ,ସମ୍ପୂର୍ଣ୍ଣ ପୁରୀ ଟାଉନ ଏବଂ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ପୁରା ସିସିଟିଭି ଲଗା ସରିଛି । ଫୁଟେଜ ଆଧାରରେ ଭିଡ଼ ଏବଂ ଟ୍ରାଫିକ ସମସ୍ୟାକୁ ଦୂର କରାଯିବ ।”ଓଡିଶା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଆପ ମଧ୍ୟ ବ୍ୟବସ୍ଥା ହୋଇଛି । ରଥଯାତ୍ରା ପାଇଁ ଆସୁଥିଲେ ମୋବାଇଲ ଆପ ଡାଉନଲୋଡ କରି ସେଠାରୁ ପୁରା ତଥ୍ୟ ପାଇ ପାରିବେ ଶ୍ରଦ୍ଧାଳୁ । ରଥଯାତ୍ରା ସମୟରେ କେଉଁ ରାସ୍ତାରେ ଗଲେ ସୁବିଧା ହେବ ଏବଂ କେଉଁଠି ଗାଡ଼ି ପାର୍କିଂ କରିହେବ ? ଏହାସହ ସମସ୍ୟା ହେଲେ କିପରି ପୋଲିସର ସହଯୋଗ ମଧ୍ୟ ନେଇପାରିବ ସମସ୍ତ ତଥ୍ୟ ଏହି ଆପରେ ଉବଲବ୍ଧ ରହିବ । ଏପରିକି କିଛି ଉପଦେଶ ଯେପରିକି କିଛି ସାମ୍ନା କରୁଥିଲେ ମଧ୍ୟ ସେହି ଆପ ଜରିଆରେ ମଧ୍ୟ ଅବଗତ କରିପାରିବେ ପରିଚାଳନା ଦାୟିତ୍ବରେ ଥିବା ଅଫିସରଙ୍କୁ ।