କେନ୍ଦୁଝର, ବଡ଼ବିଲ ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ଗତ ଶୁକ୍ରବାର କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ରେଞ୍ଜ ଅଧିନସ୍ଥ ଗୁଆଲି ସେକ୍ସନ ତଥା ରୁଗୁଡି ଥାନା ଅନ୍ତର୍ଗତ କେନ୍ଦୁଡିହି ଗ୍ରାମରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଗୁଆଲି ଫରେଷ୍ଟର ଶରତ କୁମାର ପଟ୍ଟନାୟକ ସହ ଅନ୍ୟ ବନ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ପୋଲିସକୁ ମଧ୍ୟ ଟଣା ଓଟରା କରିଥିଲେ।
ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ଓଡିଶା ନନ ଗେଜେଟେଡ ଫରେଷ୍ଟ ସର୍ଭିସ ଆସୋସିଏସନର କେନ୍ଦୁଝର ଶାଖା। ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅପରାଧୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା ଦାବିରେ ସଂଘ ପକ୍ଷରୁ ଶନିବାର କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କୁ ଘେରାଉ ସହ ଏକ ଦାବିପତ୍ର ପ୍ରଦାନ କରା ଯାଇଥିଲା।
ଅନ୍ୟ ପକ୍ଷରେ ବନ ବିଭାଗ ପକ୍ଷରୁ ଅଭିଯୋଗ କ୍ରମେ ରୁଗୁଡି ପୋଲିସ ଏହି ଘଟଣାରେ ସଂପୃକ୍ତ କେନ୍ଦୁଡିହି ଗ୍ରାମର ୮ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।