ବାରିପଦା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦ୍ର ରେ ବିଜେପି ସରକାର ର ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ତଥା ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୁର୍ତ୍ତି ଅବସରରେ ଆଜି ବାରିପଦା ହୋଲି ପ୍ୟାଲେସ ଠାରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏକବାର୍ଷର ରିପର୍ଟ ପ୍ରଦାନ କରିଛନ୍ତି l ସେ କହିଛନ୍ତି, ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଚାଲିଥିବା ସରକାର ରେ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଭେଟ ପାଉ ନଥିଲେ l ଫଳରେ ରାଜ୍ୟରେ ଅଫିସର ରାଜ ଚାଲିଥିଲା,ମାତ୍ର ବିଜେପି ସରକାର ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ଏକ ଲୋକାଭିମୁଖୀ ସରକାର ଚଲାବାରେ ସକ୍ଷମ ହୋଇଛନ୍ତି l ଏବେ ମୁଖ୍ୟମନ୍ତ୍ରୀ ଲୋକଙ୍କ ନିକଟକୁ ଯାଉଛନ୍ତି. ଜନ ଅଭିଯୋଗ ଶୁଣାଣି ଶିବିରମାନ ଆୟୋଜନ କରି ମୁଖ୍ୟମନ୍ତ୍ରୀ ସିଧା ସଳଖ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ଇତି ମଧ୍ୟରେ ୮୬% ରୁ ଅଧିକ ଅଭିଯୋଗର ସମାଧାନ କରାଯାଇଛି. ଫଳରେ ରାଜ୍ୟରେ ଚାଲିଥିବା ଅଫିସର ରାଜ ସମାପ୍ତ ହୋଇଛି. ସେହିପରି ବିଜେପି ନିର୍ବାଚନ ବେଳେ ଲୋକଙ୍କୁ ଦେଇଥିବା ୨୧ ଟି ପ୍ରତିଶୃତି ମଧ୍ୟରୁ ଏକ ବର୍ଷ ମଧ୍ୟରେ ୧୧ ଟି ପ୍ରତିଶୃତି ପୂରଣ କରିଛି. ବାକି ଚାରି ବର୍ଷ ମଧ୍ୟରେ ସମସ୍ତ ପ୍ରତିଶୃତି ପୂରଣ କରାଯିବ. ନୂଆ ସରକାର ଶପଥ ନେବାର ଏକ ଘଣ୍ଟା ମଧ୍ୟରେ କ୍ୟାବିନେଟ ବୈଠକ ବସି ପୁରି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିବା, ଚାଷୀଙ୍କୁ ଧାନର ସରକାରୀ ମୂଲ୍ୟ ଉପରେ ୮୦୦ ଟଙ୍କାର ବୋନସ ପ୍ରଦାନ କରାଯିବା, ରାଜ୍ୟର ୧କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ପ୍ରଦାନ କରିବା, ରାଜ୍ୟରେ ୧୬ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା, ରାଜ୍ୟରେ ଜାତୀୟ ନୌଚାଳନା ଶିବିର, ସର୍ବ ଭାରତୀୟ ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ ଆଦି ଆୟୋଜନ କରିବା, ରାଜ୍ୟର ୫୮ ଟି ସବଡ଼ିଭିଜନରେ ୫୮ ଟି କୋଲଡଷ୍ଟରେଜ ସ୍ଥାପନ ପାଇଁ ପଦକ୍ଷେପ, ପିଏମ କିଷାନ ଏବଂ ସିଏମ କିଷାନ ଯୋଜନାରେ ରେ ଚାଷୀଙ୍କୁ ସହାୟତା ପ୍ରଦାନ, ଶିକ୍ଷା କ୍ଷେତ୍ରରେ ୧୮ ହଜାର ନୂତନ ଶିକ୍ଷକ ନିଯୁକ୍ତି, ସ୍କୁଲ ନବୀ କରଣ ପାଇଁ ଯୋଜନା,ପ୍ରତିପଞ୍ଚାୟତରେ ଗୋଦାବରିଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ନବମ ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଗରିବ ଛାତ୍ର ଛାତ୍ରୀଙ୍କୁ ମାଧସିଂ ହାତ ଖର୍ଚ୍ଚ ଯୋଜନା ଆଦି କରାଯାଇଥିବା ବେଳେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ୪୦୦୦ ରୁ ଅଧିକ ଡାକ୍ତର ନିଯୁକ୍ତି, ପ୍ରତିଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଯୋଜନା, ପ୍ରତି ଗ୍ରାମପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ, ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଏବଂ ୮୦% ରୁ ଅଧିକ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି, ଆୟୁଷ୍ମାନ କାର୍ଡ, ଗୋପବନ୍ଧୁ ସ୍ୱାସ୍ଥ୍ୟ କାର୍ଡ ଇତ୍ୟାଦି ବହୁ ଜନକଲ୍ୟାଣକାରୀ ଯୋଜନା ମାନ କରାଯାଇଛି l ସେହିପରି ସୁରକ୍ଷା କ୍ଷେତ୍ରରେ ୧୬ ହଜାର ନିଯୁକ୍ତି ଦିଆଯାଇଛି l ନିଯୁକ୍ତି ପାଇଁ ବୟସ ବୃଦ୍ଧି କରାଯାଇ ୪୨ ବର୍ଷ କରାଯାଇଛି. କ୍ରୀଡା କ୍ଷେତ୍ରରେ ୩୧୪ ବ୍ଲକରେ ୩୧୪ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଯୋଜନା, ନୂଆ ଶିଳ୍ପ ବସାଇବା ପାଇଁ ୨୦୭ ଟି ଏମଓୟୁ ସାଇନ ହୋଇଛି. ଓବିସି ଙ୍କ ପାଇଁ ୧୧. ୨୫% ସଂଗ୍ରକ୍ଷଣ ବ୍ୟବସ୍ଥା ଲାଗୁ, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି. ସେହିପରି ମୟୁରଭଞ୍ଜ ଜିଲ୍ଲା ର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି. ବୁଢ଼ାମରା – ଚାକୁଳିଆ, ବାଙ୍ଗିରିପୋଷି- ଗୋରୁମହିସାଣି ଏବଂ ଟାଟା ବାଦାମ ପାହାଡ଼ 3ଟି ରେଳ ପ୍ରକଳ୍ପ ମଂଜୁର ହୋଇଥିବା ବେଳେ ବର୍ତ୍ତମାନ ଜମୀ ଅଧିଗ୍ରହଣ ଚାଲିଛି. ସେହିପରି ବାରିପଦାରେ ବାଇପାସ ରେଳପଥ ନିର୍ମାଣ, ଦୁଆରସୁଣୀ ଘାଟି ରାସ୍ତା ପ୍ରଶ୍ବସ୍ତି କରଣ, ବାରିପଦା ବୁଢାବଳଙ୍ଗ ନଦୀ ରେ ବହୁ ପ୍ରତିକ୍ଷିତ ଆଡିବନ୍ଧ ନିର୍ମାଣ, ଷ୍ଟେସନ ବଜାର ହାଟ ର ଆଧୁନିକି କରଣ ଜୁବୁଲିପାର୍କର ଉନ୍ନତି କରଣ, ପାଲବଣି ବାଇପାସ ନିକଟକୁ ବସଷ୍ଟାଣ୍ଡ ସ୍ଥାନାନ୍ତରଣ ସହ ଟାଉନବସ ପ୍ରଚଳନ, ଜିଲ୍ଲାରେ ଏକ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ ଆଦି ବହୁ ପଦକ୍ଷେପ ନିଆଯାଇଛି ଏବଂ ୨୦୩୬ରେ ଗଠିତ ହେବାକୁ ଥିବା ବିକଶିତ ଓଡିଶାରେ ମୟୁରଭଞ୍ଜ ତଥା ବାରିପଦା ୧ ନମ୍ବର ହେବବୋଲି ମନ୍ତ୍ରୀ କହିଛନ୍ତି l
ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ପୂର୍ବ ସଂଗଠନ ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦୀ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଜାତା ମୁର୍ମୁ, ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥି ପ୍ରମୁଖ ମଂଚାସୀନ ଥିଲେ l