କରଞ୍ଜିଆ ଠାରେ ହରିଶ୍ଚନ୍ଦ୍ର ଆଦର୍ଶ ଶ୍ମଶାନର ଶୁଭ ଉଦଘାଟନ

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କରଞ୍ଜିଆ ଏନ୍ଏସି ୱଡ ନମ୍ବର ୧୨ ସ୍ଥିତ ଦେଓ ନଦୀ ପାର୍ଶ୍ଵବର୍ତ୍ତୀ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଏକ କୋଟି ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ନିର୍ମିତ ଏଵଂ ଆନୁଷ୍ଠାନିକ ଭାବେ କରଞ୍ଜିଆ ବାସୀଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ହରିଶ୍ଚନ୍ଦ୍ର ଆଦର୍ଶ ଶ୍ମଶାନ ଆଜି ଉଦଘାଟିତ ହୋଇଯାଇଛି।ଭାରପ୍ରାପ୍ତ ପାଞ୍ଚପୀଢ ଉପଜିଲ୍ଲାପାଳ ପ୍ରକାଶ କୁମାର ଦାଶ,ଏନ୍ଏସି ଅଧକ୍ଷା ପପି ପୃଷ୍ଟି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, କରଞ୍ଜିଆ ତହସିଲଦାର ଦିବାକର ମାଝୀ,କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ସେଠୀ, କାଉନସିଲର ଇଏନଏସ ପ୍ରିୟଙ୍କା କଳ୍ପନା ପାତ୍ର ସୁଲୋଚନା ପୁଥାଳ,ନିରାକାର ପାତ୍ର, ବିବେକାନନ୍ଦ ଦାସ,ବିଶ୍ୱଜିତ ଚୌଧରୀ ଓ ସମାଜସେବୀ ଗିରିଧାରୀ ପୃଷ୍ଟିଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ।

ନଦୀ କୂଳ ଅତ୍ୟନ୍ତ ଶାନ୍ତ ଓ ସୈ|ନ୍ଦର୍ଯ୍ୟମୟ ପରିବେଶ ମଧ୍ୟରେ ନିର୍ମିତ ଏହି ହରିଶ୍ଚନ୍ଦ୍ର ଆଦର୍ଶ ଶ୍ମଶାନ।ଏହି ଉଦଘାଟନ କାର୍ଯ୍ୟକ୍ରମକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ସେଠୀ ପରିଚାଳନା କରିଥିଲେ। ଏଠାରେ ୨୦୧୭ ମସିହାରେ ୭୪ ଲକ୍ଷ ୬୭ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ଥିବା ହରିଶ୍ଚନ୍ଦ୍ର ଆଦର୍ଶ ଶ୍ମଶାନ ୨୦୨୨ ମସିହାରେ ତତ୍କାଳୀନ କରଞ୍ଜିଆ ବିଧାୟିକା ତଥା ପୂର୍ବତନ ବିଜେଡ଼ି ସରକାରରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।କାଳକ୍ରମେ ୧.୩ କୋଟି ଟଙ୍କା ସରକାରୀ ଅନୁଦାନରେ ନିର୍ମିତ ହୋଇ ଆଜି ପରି ସମାପ୍ତି ହୋଇଛି।ଏହା ମୋଟ୍ ୧୫ ଟି ୱାଡ଼ର୍ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ବିନିଯୋଗରେ ଲାଗିବ। ଏହି କାର୍ଯ୍ୟକୁ ଠିକାଦାର ଭାବେ ଅଜୟ କୁମାର ନାୟକ କରିଥିବା ବେଳେ ୟୁ ଏନ ଏନ ଏ ଟି ଆଇ ଯୋଜନାରେ ନିର୍ମିତ ହୋଇଥିଲା। ତେବେ ଏହି ଶ୍ମଶାନ ନିର୍ମାଣରେ ସହଯୋଗ କରିଥିବା ବ୍ରାହ୍ମଣ ସମାଜ ଓ ଜାଗା ଦେଇଥିବା ଶିଳ୍ପପତି ପବନ ପଟୱରୀ ଙ୍କୁ ମୁଖ୍ୟ ଅତିଥି କୃତଜ୍ଞତା ଜଣାଇଥିଲେ ଏଵଂ ବ୍ରାହ୍ମଣ ସମାଜ ପ୍ରତିନିଧି ଜ୍ଞାନ ରଞ୍ଜନ ମିଶ୍ର,ପୂଜକ ସତ୍ୟବ୍ରତ ପଣ୍ଡା ଓ ପବନ ପଟୱରୀଙ୍କୁ ଉତ୍ତୋରିୟ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ। ସେମାନଙ୍କ ବଦାନ୍ୟତା ଆଗାମୀ ପୀଢ଼ି ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ।

ତେବେ ଏହି ସମାଜ ସଦା ସର୍ବଦା ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରେ ବୋଲି ପୂଜକ ଶ୍ରୀ ପଣ୍ଡା ଏହାର ନିର୍ମାଣରେ ନିଜର ଖୁସି ବ୍ୟକ୍ତ କରି ପ୍ରକାଶ କରିଥିଲେ। ପରିଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ସେଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏନ୍ଏସି କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here