ନନ୍ଦନକାନନରେ ଜନ୍ମ ନେଲେ ୫ ଇଗୁଆନ

0

ନନ୍ଦନକାନନ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନନ୍ଦନକାନନରେ ଖୁସି ଖବର । ଜନ୍ମ ନେଲେ ୫ ଇଗୁଆନ । ଦୀର୍ଘ ୩୩ ବର୍ଷ ପରେ ବିରଳ ପ୍ରଜାତିର ସବୁଜ ଇଗୁଆନ ଜନ୍ମ ହୋଇଛନ୍ତି । ଏହାକୁ ମିଶାଇ ନନ୍ଦନକାନନରେ ଇଗୁଆନ ସଂଖ୍ୟା ୧୭ରେ ପହଂଚିଛି । ୩ଟି ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କୁ ସରୀସୃପ ଉଦ୍ୟାନର ଖୁଆଡ଼ରେ ସ୍ଵତନ୍ତ୍ର ଯତ୍ନ ନିଆଯାଉଛି । ଅନ୍ୟ ଦୁଇଟି ଶାବକଙ୍କୁ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି।

 

ଶେଷଥର ପାଇଁ ନନ୍ଦନକାନନରେ ୧୯୯୨ ମସିହା ଜାନୁୟାରୀ ୨୯ ତାରିଖରେ ଇଗୁଆନା ଜନ୍ମ ନେଇଥିଲା । ନନ୍ଦନକାନନରେ ଥିବା ଦୁଇ ଅଣ୍ଡିରା ଇଗୁଆନାଙ୍କ ବଂଶ ବୃଦ୍ଧି କରିବା ସହ ନୂତନ ରକ୍ତରେଖା ସୃଷ୍ଟି କରିବା ଲକ୍ଷ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ୨୦୨୪ ମସିହା ନଭେମ୍ବର ୨୫ ରେ ହାଇଦ୍ରାବାଦ ସ୍ଥିତ ନେହେରୁ ପ୍ରାଣୀ ଉଦ୍ୟାନରୁ ଦୁଇଟି ମାଇ ଇଗୁଆନ ନନ୍ଦନକାନନ ଆଣିଥିଲେ । ସେହିପରି ୨୦୨୪ ମସିହା ଅଗଷ୍ଟ ୨୬ ତାରିଖରେ କୋଲକାତା ଆଲିପୁର ଚିଡ଼ିଆଖାନାରୁ ୮ଟି ଇଗୁଆନା ନନ୍ଦନକାନନ ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here