ସଂକ୍ରମିତ ଅଞ୍ଚଳରେ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ: ଗଣଶିକ୍ଷା ମନ୍ତ୍ରୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆସନ୍ତାକାଲି ଠାରୁ କଟକ ଓ ଭୁବନେଶ୍ବର ମହାନିଗମ ଅଞ୍ଚଳକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ସରାକାରୀ ସ୍କୁଲ ଖୋଲିବ। ଝାଡ଼ାବାନ୍ତି ସଂକ୍ରମିତ ଜିଲ୍ଲାରେ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ ରଖିପାରିବେ ଜିଲ୍ଲାପାଳ । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆକ୍ୱାଗାର୍ଡ ନଥିବା ସ୍କୁଲ୍ ମାନଙ୍କରେ ପିଲାଙ୍କୁ ଫୁଟା ପାଣି ସହ ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ହଷ୍ଟେଲରେ ବି ସମାନ ବ୍ୟବସ୍ଥା ଗ୍ରହଣ କରାଯିବ । ସ୍କୁଲ୍ ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ ଗୁରୁତ୍ବ ଦିଆଯିବ । ସ୍କୁଲ ବାହାରେ ଫାଷ୍ଟ ଫୁଡ଼ ଦୋକାନ ବନ୍ଦ ରହିବ । ଅଭିଭାବକ ମାନଙ୍କୁ ସ୍କୁଲକୁ ଡାକି ସଚେତନ କରାଯିବ । ବିଦ୍ୟାଳୟର ସ୍ଵଚ୍ଛତା ଉପରେ ଗୁରୁତ୍ବ ଦେବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here