ବୌଦ୍ଧରେ ରେଳ ସେବା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

0
Oplus_131072

ବୌଦ୍ଧ ( ବିପ୍ଲବୀ ପରିକ୍ରମା ଡିଜିଟାଲ  ):- ଆଜି ବୌଦ୍ଧ ଦେଖିବ ରେଳ ଗାଡ଼ି । ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ । ଜିଲ୍ଲାରେ ପ୍ରବଳ ଉତ୍ସାହ । ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି । ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ରେଳ ନେଟୱାର୍କ ପହଞ୍ଚିଛି । ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ ।

Oplus_131072

ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି। ଯାହା ସ୍ଥାନୀୟ ଲୋକଙ୍କ ଦଶନ୍ଧି ପୁରୁଣା ସ୍ୱପ୍ନ । ଭକ୍ତମାନେ ସୁବିଧାରେ ଭୈରବୀ ମନ୍ଦିରକୁ ଯାଇପାରିବେ । ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ ଏହି ରେଳ ସେବା । ଉଦଘାଟନକୁ ପ୍ରତୀକ୍ଷା କରିଛନ୍ତି ବୌଦ୍ଧବାସୀ । ଏହା ସହିତ, ଭକ୍ତମାନେ ଭୈରବୀ ମନ୍ଦିରକୁ ଯିବା ଆସିବାରେ ସାହାଯ୍ୟ ପାଇବେ । ପ୍ରଥମ ଥର ପାଇଁ, ସୋନପୁର ଏବଂ ପୁରୁଣା କଟକ ମଧ୍ୟରେ ନୂଆ ରେଳ ଲାଇନ ମାଧ୍ୟମରେ ସିଧାସଳଖ ରେଳ ସଂଯୋଗ ହାସଲ କରାଯାଉଛି, ଯାହା ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ ।

LEAVE A REPLY

Please enter your comment!
Please enter your name here