ରଥଯାତ୍ରା ସୁରକ୍ଷାରେ ସେଣ୍ଟ୍ରାଲ ଫୋର୍ସ; ଆକାଶରୁ ଆଇବିୟୁଏସ, ଗ୍ରାଉଣ୍ଡରେ ଏନଏସଜି

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ଚଳିତ ବର୍ଷ ରଥଯାତ୍ରା ସୁରକ୍ଷାରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବ ଅପେକ୍ଷା ଏଥର ରଥଯାତ୍ରାରେ ଅଧିକ ସେଣ୍ଟ୍ରାଲ ଫୋର୍ସ ମୁତୟନ ହେବେ। ତା ସହିତ ଆତଙ୍କି ଗତିବିଧି ବା ସେଭଳି କିଛି ସନ୍ଧିଗ୍ଧ ପରିସ୍ଥିତି ମୁକାବିଲା ପାଇଁ NSGର ଅପରେସନାଲ ସ୍ପେଶାଲ ୟୁନିଟ ମଧ୍ୟ ନିୟୋଜିତ ହେବେ। ପୁରା ପୁରୀ ସହରରେ ସୁରକ୍ଷାକୁ ଗୁରୁତ୍ବ ଦେଇ IBUS ସୁରକ୍ଷା ପ୍ରସ୍ତୁତି ମଧ୍ୟ କରାଯାଇଛି। ରଥଯାତ୍ରା ପାଇଁ ଚଳିତବର୍ଷ ଇମିଡିଏଟ ବ୍ୟାକପ ସିକୁରିଟି (IBUS) ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡ ସମେତ ପୁରୀ ସହରର ସୁରକ୍ଷା ପାଇଁ ପ୍ରସ୍ତୁତ ରହିବ ଏହି ସୁରକ୍ଷା ଟିମ। ଆକାଶ ମାର୍ଗରୁ ପୁରୀକୁ ସୁରକ୍ଷା ଦେବ ଆଇବସ୍‌ । ଯଦି ଆକାଶ ମାର୍ଗରେ ଡ୍ରୋନ ବା ସେଭଳି କିଛି ସନ୍ଦିଗ୍ଧ ଉଡନ୍ତା ମେସିନ ଉଡେ ତେବେ ତାର ଗତିବିଧିକୁ ମଧ୍ୟ ନଜର ରଖିବ । IBUS ସିକ୍ୟୁରିଟି ମାଧ୍ଯମରେ ସେସବୁ ଡ୍ରୋନକୁ ଆୟତ କରାଯିବ। ଏସବୁ ସୁରକ୍ଷା ବ୍ୟବସ୍ଥା ପାଇଁ କେନ୍ଦ୍ରରୁ ସ୍ବତନ୍ତ୍ର ଭାବେ ୟୁନିଟ ଆସିଛନ୍ତି । ସେମାନଙ୍କ ସୁରକ୍ଷା ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି । କେବଳ ସେତିକି ନୁହେଁ IBUS ବ୍ୟବସ୍ଥା ମଧ୍ୟ ଗ୍ରାଉଣ୍ଡରେ ଅର୍ଥାତ୍ ସହରର ଭିଡ଼ ଭିତରେ କେଉଁଠି କଣ ଘଟୁଛି ସେଥିପାଇଁ ମଧ୍ୟ ପ୍ରସ୍ତୁତ ରହିବ। ବମ ସ୍କ୍ବାର୍ଡ ଭଳି ସେମାନେ ତତକ୍ଷଣାତ୍ ଜାଣିପାରିବେ କେଉଁଠି କଣ ଗତିବିଧି ହେଉଛି। ଇମିଡିଏଟ ବ୍ୟାକପ ସିକୁରିଟି ସର୍ବଦା ବିକଳ୍ପ ସୁରକ୍ଷା ଭାବେ ପ୍ରସ୍ତୁତ ରହିବେ। କିଛି ପରିସ୍ଥତି ମୁକାବିଲା ପାଇଁ କିଭଳି କୋର୍ଡିନେସନ ରହିବ ସେନେଇ ସଜାଗ ସହ ସେସବୁକୁ କିପରି ସଠିକ ଭାବେ ପରିଚାଳନା ହେବ ସେନେଇ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ତାଲିମ ପ୍ରାପ୍ତ ଓ ଅଭିଜ୍ଞଚା ସମ୍ପର୍ଣ୍ଣ ଅଫିସର ଓ କର୍ମଚାରୀ ମାନେ ଏଥିରେ ଅଛନ୍ତି । ଯେକି ବଡ଼ ବଡ ଜି 20ସମ୍ମିଳନୀ ଭଳି ଆନ୍ତର୍ଜାତୀୟ ସ୍ତରର ଇଭେଣ୍ଟ, ଜାତୀୟ ନିରାପତ୍ତା ଓ ସୁରକ୍ଷା ସମ୍ବନ୍ଧିୟ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଇଛିା। କୌଣସି ପ୍ରକାର ପରିସ୍ଥିତିକୁ ମୁକାବିଲାର ତତକ୍ଷଣାତ୍ ବ୍ୟବସ୍ଥା ପାଇଁ ଏହି IBUS ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି।ଏଥି ସହ ପୁରୀ ପ୍ରଥମ ଥର‌ ପାଇଁ ଆସୁଛନ୍ତି NSG କମାଣ୍ଡୋ। ଯେଉଁମାନେ କି ଅପରେସନାଲ ଫୋର୍ସ । ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ନିୟୋଜିତ ହେବେ । ଚଳିତ ବର୍ଷ ସେମାନଙ୍କର ଟିମ୍ ମଧ୍ୟ ପୁରୀରେ ସୁରକ୍ଷା ସମ୍ପର୍କିତ ଯେଭଳି ପ୍ରସ୍ତୁତ ରହିବା କଥା ସେନେଇ ପ୍ରସ୍ତୁତି କରିସାରିଛନ୍ତି।ଯେଉଁମାନେ କି ବିଶେଷ କରି ସନ୍ଦିଗ୍ନ ଓ ଆତଙ୍କି କାର୍ଯ୍ୟକଳାପ ଭଳି କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ରହିବେ‌। ଏନେଇ ସେମାନଙ୍କର ଫୋର୍ସ ମୁତୟନ ଓ ଅଫିସର, ସେମାନଙ୍କର କମାଣ୍ଡୋ କେଉଁଠି ରହିବେ, କିଭଳି ସଜାଗ ରହିବେ ସେନେଇ ସେମାନଙ୍କର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି।ଚଳିତ ରଥଯାତ୍ରା ପାଇଁ ୮କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ଆସିଛନ୍ତି। ଅର୍ଥାତ ପୂବବର୍ଷ ମାନଙ୍କରେ ୫କମ୍ପାନୀ ଫୋର୍ସ ଆସୁଥିବା ବେଳେ ଏଥର ସୁରକ୍ଷା ଦୃଷ୍ଟିରୁ ଆହୁରି ଅଧିକ ତିନି କମ୍ପାନୀ ଫୋର୍ସ ଅଧିକ ଆସିଛନ୍ତି। ଅର୍ଥାତ୍ ସିଆରପିଏଫର ତିନୋଟି କମ୍ପାନୀ ଓ ରାପିଡ ଆକ୍ସନ ଫୋର୍ସର ତିନି କମ୍ପାନୀ ସହ ଦୁଇ କମ୍ପାନୀ ବିଏସଏଫ ମଧ୍ୟ ଆସିଛନ୍ତି ରଥଯାତ୍ରା ପାଇଁ। ପ୍ରତି କମ୍ପାନୀରେ ତିନି ପ୍ଲାଟୁନ ଫୋର୍ସ ଅର୍ଥାତ୍ ୮କମ୍ପନୀ ଅର୍ଥାତ୍ ମୋଟ ୨୪ପ୍ଲାଟୁନ ସେଣ୍ଟ୍ରାଲ ଫୋର୍ସ ଏଥର ରଥଯାତ୍ରାରେ ନିୟୋଜିତ ହେବେ‌। ତତ ସହିତସହରରେ ପ୍ରତିଟି ରାସ୍ତା, ଗଳିକନ୍ଦି ଭିଡ ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ମୁତୟନ ହେବେ ସ୍ବତନ୍ତ୍ର ଡଗ ସ୍କ୍ବାର୍ଡ। ଯେଉଁମାନେ କି ଆସୁଛନ୍ତି ଦିଲ୍ଲୀରୁ। ଏନେଇ ସେହି ସବୁ ଡଗ ସ୍କ୍ବାର୍ଡ ମଧ୍ୟ ପୁରା ସହରର ଗଳି କନ୍ଦିରେ ବୁଲିବେ। ପ୍ରତିଟି ଜିନିଷକୁ ଯାଞ୍ଚ କରିବେ । ସେହି ସବୁ କୁକୁର ମାନଙ୍କର ଘ୍ରାଣ ଶକ୍ତିରେ ଜାଣିପାରିବେ କେଉଁଠି କଣ ହୋଇଛି ।

LEAVE A REPLY

Please enter your comment!
Please enter your name here