ବ୍ରହ୍ମପୁରରେ ପୁଣି ନାବାଳିକାକୁ ଦୁଷ୍କର୍ମ : ବିଜେଡିର ପ୍ରତିବାଦ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ଦିନକୁ ଦିନ ସହରରେ ବିଭିନ୍ନ ଅପରାଧୀ ଘଟାଉଛନ୍ତି ଅପରାଧ, ସହରରେ ଲଜ୍ଜା ଜନକ ଘଟଣା ବା ହୀନ କାର୍ଯ୍ୟ ଥମିବାର ନା ଧରୁନି l କେତେବେଳେ ସଙ୍ଘ ବଦ୍ଧ ଭାବେ ନାରୀ ପ୍ରତି ହେଉଛି ଶୋଷଣ ତ ଆଉ କେତେବେଳେ ନାବାଳିକାକୁ ମିଛ ପ୍ରଲୋଭନ ଦେଖାଇ ନିଶା ଦେଇ କରାଯାଉଛି ଲୋମହର୍ଷଣ କାର୍ଯ୍ୟ l ଏପରି ଘଟଣା ସହରରେ ନିୟମିତ ଘଟିଥିବା ଯୋଗୁଁ ଆଜି ସହରରେ ଅଧିକାଂଶ ସ୍ଥାନରେ ଅର୍ଥାତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏବଂ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ସମ୍ମୁଖରେ ଛାତ୍ର ବିଜେଡି ପକ୍ଷରୁ ପ୍ରତିବାଦ ସହ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l

 

ବିଜେପି ସରକାର ଆସିବା ପରଠାରୁ ଏପରି ଲଜ୍ଜା ଜନକ ଘଟଣା ବାରମ୍ବାର ସହରରେ ଘଟିଚାଲିଛି,ଏପରି ହିଂସା ଓ ନାରୀ ନିର୍ଯାତନା ଚଳିବ ନାହିଁ, ବିଜେପି ସରକାର ମୁର୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଆଦି ନାରା ଦେଇ ବିଜେପି ସରକାର ଆଉ ପ୍ରଶାସନ ଉପରେ ବର୍ଷିଛନ୍ତି ଛାତ୍ର ବିଜେଡି l ତୁରନ୍ତ ଗୋପାଳପୁର ଘଟଣାର ପୀଡିତା ଏବଂ ନକଲି ଡାକ୍ତର ଦ୍ୱାରା ଶୋଷିତ ହୋଇଥିବା ୧୭ ବର୍ଷୀୟା ନାବାଳିକାକୁ ନ୍ୟାୟଭିକ୍ଷା ଦାବୀରେ ଆଜି ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି l

LEAVE A REPLY

Please enter your comment!
Please enter your name here