ବିପ୍ଲବୀ ପରିକ୍ରମା ଡିଜିଟାଲ :- ମହାକାଶ ଷ୍ଟେସନ ଅଭିମୁଖେ ଯାତ୍ରା କରୁଛନ୍ତି। ଏହି ଟିମ୍ ୧୪ ଦିନ ମହାକାଶ ଷ୍ଟେସନ୍ରେ ରହିବେ ଏବଂ ଏହି ଅଭିଯାନରେ ସେମାନେ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିବେ। ସେଥିମଧ୍ୟରୁ ୭ଟି ପ୍ରମୁଖ ପରୀକ୍ଷଣ ପାଇଁ ଭାରତୀୟ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି। ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା ମହାକାଶରୁ ଜଣେ ଭିଆଇପିଙ୍କ ସହ କଥାବାର୍ତ୍ତା କରିବାର ସମ୍ଭାବନା ରହିଛି। ପାଣିପାଗ ଓ ବୈଷୟିକ ତ୍ରୁଟି କାରଣରୁ ଆକ୍ସମ୍-୪ ଉତ୍କ୍ଷେପଣ ଏକାଧିକ ଥର ବିଳମ୍ବିତ ହୋଇଥିଲା। ଜୁନ୍ ୨୫ ହେଉଛି ‘ନାସା’ ଘୋଷଣା କରିଥିବା ଷଷ୍ଠ ତାରିଖ।
ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା କହିଥିଲେ, ମୁଁ ମୋ ସହ କେବଳ ଉପକରଣ ଓ ଯନ୍ତ୍ରପାତି ନେଉନାହିଁ, କୋଟି କୋଟି ହୃଦୟର ଆଶା ଓ ସ୍ୱପ୍ନକୁ ସାଙ୍ଗରେ ନେଇ ଯାଉଛି। ଏହି ଐତିହାସିକ ଯାତ୍ରାର କିଛି ଘଣ୍ଟା ପୂର୍ବରୁ ଗ୍ରୁପ୍ କ୍ୟାପଟେନ୍ ଶୁକ୍ଳା ତାଙ୍କ ପରିବାରକୁ ଏକ ବାର୍ତ୍ତା ପଠାଇଥିଲେ। ଯେଉଁଥିରେ ସେ ଲେଖିଥିଲେ- ‘ଅପେକ୍ଷା କର, ମୁଁ ଆସୁଛି।’ ପାଖାପାଖି ୨୮ ଘଣ୍ଟାର କକ୍ଷପଥ ଯାତ୍ରା ପରେ ଆସନ୍ତାକାଲି ଅପରାହ୍ଣ ସାଢ଼େ ୪ଟାରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ରେ ଆକ୍ସମ୍-୪ର କ୍ରୁ’ ସଦସ୍ୟମାନେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି।