ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଭାଜପା ପାଳନ କଲା କଳା ଅଧ୍ୟାୟର ୫୦ ବର୍ଷ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ଛାୟା କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଳା ତରଫରୁ କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ଜରୁରୀକାଳୀନ ପରିସ୍ଥିତି,କଳା ଅଧ୍ୟାୟର ୫୦ ବର୍ଷ,ସମ୍ବିଧାନ ହତ୍ୟା ଦିବସ ଭାବେ ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ମାନନୀୟ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ସହ ଏହି ଅବସରରେ ମଂଚାସୀନ ଥିଲେ ଚିକିଟି ବିଧାୟକ ଶ୍ରୀ ମୋନରଞ୍ଜନଧ୍ୟାନ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ସରସ୍ବତୀ ଶିଶୁ ମନ୍ଦିର ର ପରାମର୍ଷଦାତା ଶ୍ରୀ ଉମା ଧବ ମହାନ୍ତି,ତତ୍କାଳୀନ ଜେଲ ଯାଇଥିବା ସନ୍ତୋଷ ମହାପାତ୍ର,ଭା ଜ ପା ର ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀ କାହ୍ନୁ ଚରଣ ପାତି,ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ସିଦ୍ଧାନ୍ତ ଗଙ୍ଗଦେଓ, ଟି ଗୋପି,ସଭା ଶେଷରେ ରେ ଧନ୍ୟବାଦ ଅର୍ପଣ କରିଥିଲେ l

ପ୍ରଦୀପ କୁମାର ମିଶ୍ର,ଅତିଥି ଭା ଜ ପା ର ବରିଷ୍ଠ ସଦସ୍ୟ ଶ୍ରୀ ରବୀନ୍ଦ୍ର ସାହୁ,ସୁରେଶ ପାଢ଼ୀ, ବିଧାୟକ ଙ୍କ ପ୍ରତିନିଧି ଅଶୋକ ଶୁକ୍ଳ,ପ୍ରଦୀପ ନାୟକ,କର୍ପୋରେଟର ବନିତା ସାହୁ,ବବିତା ପାତ୍ର,ଶରତ ପଟ୍ଟନାୟକ, ପ୍ରଣୟ ମହାପାତ୍ର,ବାଳକୃଷ୍ଣ ସାମନ୍ତରାୟ,, ପରେଶ ରଥ, ମନିତା ଦାଶ, ମଣ୍ଡଳ ସଭାନେତ୍ରୀ ବର୍ଷା ବିଦୁସ୍ମିତା,ମଣ୍ଡଳ ସଭାନେତ୍ରୀ ରିତା ସେଠି,ମଣ୍ଡଳ ସଭାପତି ଜଗନ୍ନାଥ ଜେନା,ରତ୍ନଗର୍ଭା ସରସ୍ବତୀ ଦେବୀ, ଙ୍କ ସମେତ ଭାରତୀୟ ଜନତା ପାର୍ଟି ର ବହୁ ସଦସ୍ୟ / ସଦସ୍ୟା ଉପସ୍ଥିତ ରହି ୫୦ ବର୍ଷ ତଳେ ତତ୍କାଳୀନ କଂଗ୍ରେସ ସରକାର କିଭଳି ଜରୁରୀକାଳୀନ ଜାରି କରି ରାଜନେତା ,ସାମ୍ବାଦିକ,ବୁଦ୍ଧିଜୀବି ଙ୍କ ଗିରଫ କରି ସମ୍ବିଧାନ କୁ ହତ୍ୟା କରିଥିଲେ ତାହା ବର୍ଣନା କରିଥିଲେ ଓ ଆଗାମୀ ଯୁବପିଡି କୁ ମାନେ ପକାଇବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରତି ବର୍ଷ ଏହାକୁ କଳା ଦିବସ ରୂପେ ପାଳନ କରୁଛି.

LEAVE A REPLY

Please enter your comment!
Please enter your name here