କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବେଲକୁଣ୍ଡି ନିକଟରେ କିଛି ଦୃର୍ବୁତ୍ତ ବନ୍ଧୁକ ଦେଖାଇ ଟ୍ରକ ଗୁଡିକରୁ ଲୁଟ କରୁଥିବା ଏକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇ ବଡବିଲ ପୋଲିସର ପେଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଞ୍ଚି ଚଢାଉ ଥିଲା। ପୋଲିସ ଆସିଥିବା ଜାଣି ଅନ୍ୟମାନେ ଫେରାର ହୋଇ ଯାଇଥିବା ବେଳେ ଏକ ମୋବାଇଲ ଓ ଦେଶୀ ପିସ୍ତଲ ସହ ଝାଡଖଣ୍ଡ ରାଜ୍ୟ ଝିଙ୍କପାନି ଅଞ୍ଚଳର ଗର୍ଦି ବାଲମୁଚୁ ନାମକ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ। ଗିରଫ ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରା ଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଥିବା ବଡବିଲ ପୋଲିସ ପକ୍ଷରୁ ସୂଚନା ମିଳିଛି।