ବଡ଼ବିଲ ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ଆଜି ରଥଯାତ୍ରା ହୋଇ ଥିବାରୁ ଏହାକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ପ୍ରସ୍ତୁତ ହୋଇଛି ବଡବିଲ ପୋଲିସ ପ୍ରଶାସନ। ଏନେଇ ଗୁରୁବାର ଅପରହ୍ନରେ ବଡବିଲ ଥାନାରେ ଏସଡିପିଓ ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧି ଉପସ୍ଥିତ ରହିଥିବା ବେଳେ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ଆଲୋଚନା ହୋଇଥିଲା।