ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ lI @CMOOdisha

0

ଗଜପତି (ବିକ୍ଳଵୀ ପରିକ୍ରମା) :- ଗଜପତି ଜ଼ିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ମୋହନା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିନସ୍ଥ ମୋହନା, ଆର. ଉଦୟଗିରି ଏବଂ ନୂଆଗଡ଼ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଗମନା ଗମନ ର ସୁବିଧା ପାଇଁ ରାସ୍ତା ଏବଂ ପୋଲ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୯୬କୋଟିରୁ ଉର୍ଦ୍ଧ ଟଙ୍କା ଅନୁମୋଦନ କରାଯାଇଛି l ସେଥିମଧ୍ୟରୁ ବିଜୁ ସେତୁ ଯୋଜନା ରେ ୯ଟି ପୋଲ ନିର୍ମାଣ ହେବାକୁ ଥିବାବେଳେ, ବିଜୁସେତୁ ଯୋଜନା ରେ ୬ଟି ରାସ୍ତା ନିର୍ମାଣ ହେବ l ଏନେଇ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଞ୍ଚଳର ସରପଞ୍ଚ, ସମିତିସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ମାନେ ଅଭିଯୋଗ କରିଥିଲେ l ଅଭିଯୋଗକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ନିର୍ମାଣ କାର୍ଯ୍ୟ ପାଇଁ ଟଙ୍କା ଅନୁମୋଦନ କରିଛନ୍ତି l ଅତିଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ରହିଛି l ବିକାଶ କାର୍ଯ୍ୟ ଆଗକୁ ନେବାରେ ମୁଖ୍ୟମନ୍ତ୍ରୀଙ୍କ ତ୍ୱରିତ ପଦକ୍ଷେପ ପାଇଁ ଗଜପତି ଜ଼ିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଜ଼ିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ, ଦମାଦୁଆ ସମିତି ସଭ୍ୟ ଅନନ୍ତ ମଳିକ, କର୍ଚ୍ଚବାଡ଼ି ସମିତିସଭ୍ୟ ଟୁନା ମଳିକ ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ବିଜେଡି କର୍ମୀ ଏବଂ ସଂଗଠନ କର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l

LEAVE A REPLY

Please enter your comment!
Please enter your name here