ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡା ଜିଲ୍ଲା ଅନ୍ତର୍ଗତ ପଂଚାୟତ ସମିତି ଖଡ଼ିଆଳ ସଭା ଗୃହ ଠାରେ ନୂତନ ଭାବେ ଯୋଗଦାନ କରିଥିବା କର୍ମଚାରୀ ମାନଙ୍କୁ ସ୍ୱାଗତ କରାଯାଇଥିବା ବେଳେ ବଡ଼ ବାବୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଉକ୍ତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରସିଂହ ଗଡବା, ପଂଚାୟତ ସମିତି ଅଧ୍ୟକ୍ଷ। ପୁଷ୍ପାଞ୍ଜଳି ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବଡ଼ବାବୁ ବିନୋଦ ବିହାରୀ ପଣ୍ଡା, ଏଇ ପର୍ଶୁରାମ କହଁର, ବିଏଫଓ ରମାକାନ୍ତ ବେହେରା ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ଥାନରୁ ବଦଳି ହୋଇ ଆସିଥିବା ଏଇ ପର୍ଶୁରାମ କଅଁର, ଜେଇ ଶକୁନ୍ତଳା ଦାସ, ଜେଇ ସତ୍ୟମ ପୁରୋହିତ, ଏସଆରଏ ରଞ୍ଜନା ଶବର, ଏସଆରଏ ମୋହନ ବାଗ, ଏସଆରଏ ରେଶମା ସାହୁ, ଜେଆରଏ ଅଜୟ କୁମାର ଦଳେଇ, ପିଇଓ ସଞ୍ଜୟ କୁମାର ପ୍ରଧାନ, ପିଇଓ ସସ୍ମିତା ବେହେରା ଙ୍କୁ ପୁଷ୍ପଗୁଛ ଓ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମଞ୍ଚାସିନ ଅତିଥି ଅଧିକାରୀ ଓ ପଂଚାୟତ ସମିତି ଖଡ଼ିଆଳ ର କର୍ମଚାରୀ ମାନେ ନୂତନ ଭାବେ ଯୋଗଦାନ କରିଥିବା କର୍ମଚାରୀ ମାନଙ୍କୁ ସ୍ୱାଗତ କରିବା ସହିତ ବଡ଼ବାବୁ ପଣ୍ଡା ମହୋଦୟ ଙ୍କ ଗୁଣଗାନ କରିଥିଲେ। ବିଭୂତି ଭୂଷଣ ବିଶି ମଞ୍ଚ ପରିଚାଳନା କରିଥିବା ବେଳେ ବିଏଫଓ ରମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ରେ ଜିପିଡିଓ ଯଦୁମଣି ନାୟକ, ସମାଜ ମଙ୍ଗଳ ଅଧିକାରୀ କୁମାର ମାଝୀ, ସିପି ବିନୋଦ କୁମାର ଶର୍ମା, ଜେଇ ସଞ୍ଜୟ ବେହେରା, ଜେଇ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ପିଇଓ ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ପିଇଓ ତିହାରୁ ନିଆଲ, ପିଇଓ ନରହରି ଜଗତ, ବିଆରସି ଅବିନାଶ ମହାପାତ୍ର, ପ୍ରସନ୍ନ ମେହେର, ପ୍ରଭଞ୍ଜନ ଠାକୁର, ରେଣୁଧର ମାଝୀ, ବିକାଶ ରଞ୍ଜନ କଛିଆ, ପ୍ରମୁଖ ଉପସ୍ଥିତ ଥିଲେ।