କମିଲା ଏଲପିଜି ସିଲିଣ୍ଡର ଦାମ୍

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- କମିଲା ଗ୍ୟାସ ଦର । ତୈଳ ମାର୍କେଟିଂ କମ୍ପାନୀ ୧୯ କେଜି କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ଆଜିଠୁ ଏହି ନୂଆ ଦର ଲାଗୁହେବ । ୧୯କେଜି କମର୍ସିଆଲ ଗ୍ୟାସ ଦର ପ୍ରାୟ ୬୦ ଟଙ୍କା ଶସ୍ତା ହୋଇଛି । ଘରୋଇ ସିଲିଣ୍ଡର ଅର୍ଥାତ ୧୪ କିଲୋ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଇଓସିଏଲ ୱେବସାଇଟ୍ ମୁତାବକ, ଜୁଲାଇ ୧ତାରିଖରୁ ୧୭୨୩ ଟଙ୍କା ୫୦ ପଇସା ଥିବା କମର୍ସିଆଲ ଏଲପିଜି ସିଲିଣ୍ଡର କମି ୧୬୬୫ ଟଙ୍କା ହୋଇଛି । ଏହି ହିସାବରେ କମ୍ପାନୀ ସିଲିଣ୍ଡର ପ୍ରତି ୫୮.୫୦ ପଇସା କମ୍ ହୋଇଛି । ନୂଆ ଦାମ୍ ଅନୁସାରେ କୋଲକାତାରେ ୧୦ କେଜି ଏଲପିଜି ଦର ୧୮୨୬ ଟଙ୍କାରୁ କମି ୧୭୬୯ ହୋଇଛି । ମୁମ୍ବାଇରେ ୧୬୭୪.୫୦ ଟଙ୍କାରୁ ୧୬୧୬.୫୦ ଟଙ୍କା ହୋଇଛି । ସେହିପରି ଚେନ୍ନାଇରେ ୧୮୮୧ ଟଙ୍କାରୁ ୧୮୩୨.୫୦ ଟଙ୍କା ହୋଇଛି । ଏହାପୂର୍ବରୁ ଜୁନ୍ରେ ଏଲପିଜି ସିଲିଣ୍ଡର ଦର ୨୪ ଟଙ୍କା କମିଥିଲା । ତେବେ ୧୯ କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର କମିବା ପରେ ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଏବଂ ଅନ୍ୟ ବ୍ୟବସାୟିକ ସଂସ୍ଥାକୁ ଆଶ୍ୱସ୍ତି ମିଳିଛି । ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦର ୨୦୨୫ ଏପ୍ରିଲ ୮ ପରଠୁ ବଦଳିନାହିଁ । ଲଗାତାର ୪ର୍ଥ ମାସରେ ମଧ୍ୟ କର୍ମସିଆଲ ସିଲିଣ୍ଡର ଦାମ୍ କମିଛି ।

LEAVE A REPLY

Please enter your comment!
Please enter your name here