ଗର୍ଭବତୀଙ୍କୁ ଆଣିବାକୁ ଯାଇ କାଦୁଅରେ ଫସିଲା ଆମ୍ବୁଲାନ୍ସ

0

ମାଲକାନଗିରି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-ରୋଗୀକୁ ଆଣିବାକୁ ଯାଇ ଅଧା ରାସ୍ତାରେ ଫସିଲା ଆମ୍ବୁଲାନ୍ସ । ଗୋଟିଏ ପଟେ ଗର୍ଭବତୀ ମହିଳା ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ଏପଟେ ଆମ୍ବୁଲାନ୍ସର ଏଭଳି ଅବସ୍ଥା । ଏଥିରୁ ଅନୁମାନ କରିହେବ ଯେ ଉପାନ୍ତ ଆଉ ଦୁର୍ଗମ ଅଞ୍ଚଳର ଲୋକେ କିଭଳି ଦୁର୍ଦ୍ଦଶା ରେ ଜୀବନ କାଟୁଛନ୍ତି । ଗାଁ କୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନଥିବାରୁ ରୋଗୀ ମରଣ ମୁହଁକୁ ଟାଣି ହେଉଛନ୍ତି ।କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଫସି ଯିବା ପରେ ଟାଣିଲା ଟ୍ରାକ୍ଟର ।ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ କରକାଗୁଡାର । ଗର୍ଭବତୀ ମହିଳାକୁ ମେଡିକାଲରେ ପ୍ରସବ ପାଇଁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ଶେଷରେ ଘରେ ପ୍ରସବ କଲେ ମହିଳା।

 

କର୍କା ଗୁଡା ଗାଁ ର ଗର୍ଭବତୀ ମହିଳା ମାଲାବତି ବିଶୋଇ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ନିଜ ଘରେ ପ୍ରସବ ହୋଇ ପୁତ୍ର ସନ୍ତାନ ଜନ୍ମ କରିଛି l ତାର ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଥିବା ବେଳେ ସେପଟେ ଘରେ ଆମ୍ବୁଲାନ୍ସ ପହଁଚିବା ବିଳମ୍ବ ହେଉଥାଏ । ଲୋକେ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ କଲେ ଯେତେବେଳେ ଅଧା ବାଟରେ କାଦୁଅରେ ଫସିଥିବା କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ।ଶେଷରେ ଗାଁ ଲୋକେ ଟ୍ରାକ୍ଟର ଭଡା କରି ନେଇ ଆମ୍ବୁଲାନ୍ସ କୁ ଦୌଡିରେ ଟାଣି ଆଣି ଭଲ ରାସ୍ତାରେ ପହଞ୍ଚାଇଥିଲେ । ପରେ ଗୁରୁତର ପ୍ରସବ ମହିଳାକୁ ମେଡିକାଲ ରେ ପହଞ୍ଚାଇ ଜୀବନ ବଞ୍ଚାଇଥିଲେ । କିନ୍ତୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ସମାଧାନ ପାଁ ଦାବି କରିଛନ୍ତି ଗାଁ ଲୋକେ l

LEAVE A REPLY

Please enter your comment!
Please enter your name here