ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବାଇଗଣବାଡ଼ିଆ ନିକଟରେ ଯୁବକ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୬ ଅଭିଯୁକ୍ତ ଗିରଫ। ଉତ୍ତରାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶରେ ମୟୂରଭଞ୍ଜ ପୋଲିସର ସ୍ଵତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ କରି ସିସି ଟିଭି ଫୁଟେଜ୍ ଓ ସାଇଣ୍ଟିଫିକ ରିପୋର୍ଟ୍ ଆଧାରରେ ଛଅ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି ମୟୂରଭଞ୍ଜ ପୋଲିସ।ସୂଚନାନୁସାରେ ଗତ ୨୩ ତାରିଖରେ ଜଣେ ଯୁବକ ମଦ ଦୋକାନର ୯ ଲକ୍ଷ ଟଙ୍କାର ବ୍ୟାଗ ନେଇ ବାରିପଦା ଆସୁଥିବା ସମୟରେ କିଛି ଦୁର୍ବୃତ ବାଇଗଣବାଡ଼ିଆ ନିକଟରେ ଯୁବକ ଉପରକୁ ଗୁଳି ଚଳାଇ ଟଙ୍କା ଲୁଟ ଉଦ୍ୟମ କରିଥିଲେ।
ତେବେ ଯୁବକଙ୍କ ଜଙ୍ଘରେ ଗୁଳି ବାଜିବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଚିକତ୍ସିତ ହେଉଥିଲେ।ତେବେ ପୋଲିସ ଦୃର୍ବୁତ୍ତ ମାନଙ୍କ ନିକଟରୁ ବନ୍ଧୁକ ସହ ଅଫୁଟା ଗୁଳି,ମୋବାଇଲ ଓ ସିମ କାର୍ଡ ଜବଦ କରିଥିବା ବେଳେ ଦୁଇଜଣ ଅଭିଯୁକ୍ତ ଗଞ୍ଜାମ ,ଦୁଇଜଣ ମୟୂରଭଞ୍ଜ ଏବଂ ଦୁଇଜଣ ବାଲେଶ୍ଵର ଅଂଚଳର ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ଏସ ପି ସୁଚନା ଦେଇଛନ୍ତି।